ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଭଣ୍ଡାରିପଦି ଗ୍ରାମ ର ନାରାୟଣ ପ୍ରଧାନ ଙ୍କ ପୁଅ ଶୁଭମ ପ୍ରଧାନ ( ୩୦) ବାଇକି ଧକା ରେ ମୃତ୍ୟୁ ଘଟିଛି ଓ ତାଙ୍କର ଦୁଇ ସାଙ୍ଗ ବିକାଶ ପଳତା ଏବଂ ସୁଦାମ ଲେଙ୍କା ଗୁରୁତର ହୋଇ ଭଦ୍ରକ ଡ଼ାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି।ଘଟଣା ରୁ ପ୍ରକାଶ ଯେ ଆଜି ଦିନ ୪ ବେଳେ ଭଣ୍ଡାରିପଦି ଅଂଚଳ ର ତିନି ସାଙ୍ଗ ଶୁଭମ, ବିକାଶ ଓ ସୁଦାମ ଏକ ବାଇକି ରେ ଧାମନଗର – ଚୁଡ଼ାକୁଟି ରାସ୍ତା ରେ ଘରକୁ ଫେରୁଥିବା ବେଳେ ରାପିତା ନିକଟରେ ଭାରଶ୍ୟାମ ହରାଇ ଏକ ଗଛ ର ବାଇକି କୁ ଧକା ଦେବା ଫଳରେ ତିନି ଜଣ ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକ ସେମାନଙ୍କୁ ସଙ୍ଗେ ସଙ୍ଗେ ଧାମନଗର ଡ଼ାକ୍ତର ଖାନା କୁ ନେଇଥିଲେ।ସେଠାରେ ଶୁଭମ୍ ର ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇଜଣ ଙ୍କୁ ଗୁରୁତର ଅବସ୍ଥା ରେ ଭଦ୍ରକ ଡ଼ାକ୍ତର ଖାନା କୁ ପଠା ଯାଇଛି। ମୃତ ଶୁଭମ୍ ଜଣେ ମେଳାପୀ ଯୁବକ ଥିବାରୁ ତାଙ୍କର ଏହି ଅକାଳ ବିୟୋଗ ରେ ସ୍ଥାନୀୟ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି।