Odiapua.com

ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

ଖୁଣ୍ଟା ୩-୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧିନ ବଡ଼ଫେଣି ପଞ୍ଚାୟତର ରାଇକାଳୀ ଗ୍ରାମ ନିକଟ ବିଲ ନିକଟ କୁସୁମ ଗଛରେ ଏକ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।ବାହାନଡା ପଞ୍ଚାୟତ ସିମଗଡ଼ିଆ ଗ୍ରାମର ଶ୍ରୀଧର ଧାଉଁଡ଼ିଆ(୩୫)।ଗତ କାଲି ରାତ୍ରି ତିନିଟା ସମୟରେ ଘରୁ ସାଇକଲ ନେଇ ନିଜ ଘରୁ ବାହାରକୁ ପଳାଇ ଯାଇଥିଲେ। ଏହା ପରେ ବିଲ ପାଖରେ ଥିବା ନିଛାଟିଆ କୁସୁମ ଗଛରେ ଦଉଡ଼ି ଲଗାଇ ଆତ୍ମ ହତ୍ୟା କରିଥିବାର ଦେଖିବାକୁ ମିଳିଥିଲା।ତାଙ୍କ ସାଙ୍ଗରେ ନେଇଥିବା ସାଇକଲଟି ନିଜ ଚାଷ ଜମି ନିକଟରେ ପଡିଥିବାର ଦେଖିବାକୁ ମିଳିଥିଲା।ଘଟଣା ସ୍ଥଳରେ ଖୁଣ୍ଟା ପୋଲିସ ପହଞ୍ଚି ମୃତ୍ୟୁ ହୋଇଥିବା ଶ୍ରୀଧର ଧାଉଁଡ଼ିଆଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାର ଜଣାପଡିଛି। ଏ ବାବଦରେ ତାଙ୍କର ପରିବାର ନିକଟରୁ କିଛି ପ୍ରତିକ୍ରିୟା ମିଳିନାହିଁ ଓ ମୃତକଙ୍କ ଶଳା ଖୁଣ୍ଟା ଥାନାରେ ଏକ ଏତଲା ଦେଇଛନ୍ତି ଓ ଏ ବାବଦରେ ଥାନାରେ ୧/୨୦ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତେବେ ମିଳୁଥିବା ସୂଚନା ଅନୁଯାୟୀ ସେ ଜଣେ ଚାଷୀ ଓ ତାଙ୍କର ତିନୋଟି ଝିଅ ଅଛନ୍ତି।ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।