Odiapua.com

ଗଛରୁ ଉଲଗ୍ନ ଅବସ୍ଥାରେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ବଲାଙ୍ଗୀର ୧୬-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମୁରିବାହାଲ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଏକ ଗଛରେ ଝୁଲନ୍ତା ମୃତ ଦେହ ଉଦ୍ଧାର ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ମୁରିବାହାଲ ଥାନା ଅଧିନସ୍ଥ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ ର ଗରଗଡ଼ବାହାଲ ଗ୍ରାମ ର ହାତୀ ପଡା ଗ୍ରାମର ଧୁବେଲ ହାତୀ ଙ୍କ ପୁଅ ଲାଲୁ ହାତୀ (ବ-୨୫)ବୁଧବାର ସନ୍ଧ୍ୟା ପ୍ରାୟ ୩ ଟା ବେଳେ ମୁରିବାହାଲ ନିକଟସ୍ଥ ଯୁଗୀରଥା ଗ୍ରାମ ଶେଷ ମୁଣ୍ଡରେ ଏକ ଗଛରେ ଉଲଗ୍ନ ଅବସ୍ଥାରେ ଲାଲୁ ଝୁଲୁଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପରିବାର ବର୍ଗ ପହଞ୍ଚି ମୁରିବାହାଲ ପୋଲିସ କୁ ସୂଚନା ଦେଇଥିଲେ। ମୁରିବାହାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ସହ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ପ୍ରଦାନ କରାଯାଇଛି। ତେବେ ପରିବାର ଲୋକେ ଉକ୍ତ ମୃତ ଲାଲୁ କୁ କେଉଁମାନେ ହତ୍ୟା କରି ଗଛରେ ଆତ୍ମହତ୍ୟା ର ରୂପ ଦେବାକୁ ଚେଷ୍ଟା କରିଥିବା ଆମ ନିକଟରେ ଅଭିଯୋଗ କରିଛନ୍ତି। ମୁରିବାହାଲ ପୋଲିସ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚିତ କରିବା ନେଇ ଦାବୀ ପ୍ରକାଶ ପାଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି ହୋଇଛି।