Odiapua.com

ଗଚ୍ଛିତ ବାଲି ଜବତ, ୯୦ହଜାର ଟଙ୍କାରେ ନିଲାମ

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକ, ଥାନାଧିକାରୀ ଅମିତାଭ ଦାଶ ଆଜି ମଣିନାତପୁର ସ୍କୁଲ ପଡିଆରେ ମହଜୁଦ କରି ରଖାଯାଇଥିବା ବାଲିକୁ ଜବତ କରିବା ସହ ୯୦ ହଜାର ଟଙ୍କାରେ ନିଲାମ କରିଥିବା ଜଣାଯାଇଛି। ବୈତରଣୀ ନଦୀରୁ ଚୋରାରେ ବାଲି ଉଠାଯାଇ ବିକ୍ରୟ ଉଦ୍ଦେଶ୍ୟରେ ଏହି ବାଲିକୁ ମହଜୁଦ କରି ରଖାଯାଇଥିଲା। ଘଟଣାସ୍ଥଳରେ ଜବତ ବାଲିକୁ ନିଲାମ କରାଯାଇଥିଲା। ଏଥିରୁ ୯୦ ହଜାର ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ମାତ୍ର ଏହି ଜବତ ବାଲି ନାମକୁ ମାତ୍ର ଥିଲା। ମଣିନାଥପୁର, ମୁଢାପଦା, ଦାଣ୍ଡକୂଳ, ବିରୋଳି ଆଦି ଗ୍ରାମଗୁଡିକରେ କୋଟି କୋଟି ଟଙ୍କା ମୂଲ୍ୟର ବାଲି ମହଜୁଦ କରି ରଖାଯାଇଛି। ତାହା ଜବତ କରାଯିବାକୁ ସାଧାରଣରେ ଦାବି ହୋଇଛି।