Odiapua.com

ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଖୋଲବ ନୂଆ ପାଠ୍ୟକ୍ରମ

ସମ୍ବଲପୁର ୧୧-୫ (ଓଡ଼ିଆ ପୁଅ) ସମ୍ବଲପୁର ର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ର ଏକାଡେମିକ କାଉନସିଲର ଏକ ବୈଠକ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଥିଲା। ଏଥିରେ କୁଳପତି ଡ଼. ଅତନୁ କୁମାର ପତି ଅଧ୍ୟକ୍ଷତା କରିଥିଲେ। ବୈଠକର ନିଷ୍ପତି ଅନୁଯାୟୀ ୨୦୧୯-୨୦ ଶିକ୍ଷା ବର୍ଷ ଠାରୁ କେତେକ ନୂଆ ପାଠ୍ୟକ୍ରମ ପ୍ରଚଳନ କରାଯିବ। ସ୍ନାତକତୋର ଶ୍ରେଣୀରେ ସମାଜଶାସ୍ତ୍ର୍, ବାୟୋଟେକ୍ନୋଲୋଜୀ ଓ ନୃତତ୍ୱ ପାଠ୍ୟକ୍ରମ ରେ ନାମ ଲେଖା ହେବ। ଏହି ତିନି ବିଷୟରେ ଷୋହଳଟି କରି ନିୟମିତ ଏବଂ ଛଅଟି ଲେଖାଏ ସେଲ୍ପ ଫାଇନାନ୍ସିଂ ସିଟ ରହିବ। ପାଠାଗାାର ଓ ସୂଚନା ବିଜ୍ଞାନ ବିଷୟରେ ସ୍ନାତକ ଶ୍ରେଣୀ ଖୋଲାଯିବ। ଏଥିରେ ମଧ୍ୟ ଷୋହଳଟି ସିଟ ରହିବ। ଓମେନ୍ସ ଷ୍ଟଡ଼ିଜ ବିଷୟରେ ସାର୍ଟିଫିକେଟ ଏବଂ ଡ଼ିପ୍ଲୋମା ପାଠ୍ୟକ୍ରମ ଚଳିତ ଶିକ୍ଷା ବର୍ଷ ରୁ ଆରମ୍ବ କରାଯିବ। ସେହିଭଳି ଆଗରୁ ଥିବା ବିଏ ବିଇଡ଼ି ଓ ବିଏସ୍ସି ବିଇଡି ସହିତ ନୂଆକରି ବି.କମ୍, ବିଇଡ଼ି, ଏମ କମ୍ ଏବଂ ସମ୍ବନ୍ନିତ ବିଇଡ଼ି-ଏମ୍ ଇଡ଼ି ମଧ୍ୟ ଚଳିତ ଶିକ୍ଷା ବର୍ଷଠାରୁ ପ୍ରଚଳନ କରାଯିବ। ରେଗୁଲାର ଛାତ୍ରଛାତ୍ରୀ ମାନେ ଡ଼ିଗ୍ରୀ ପାଠ୍ୟକ୍ରମ ସହିତ ଦୂରଶିକ୍ଷା ଓ ଓପନ୍ ମୋଡ଼ରେ ଡ଼ିପ୍ଲୋମା ପାଠ୍ୟକ୍ରମରେ ମଧ୍ୟ ପଢିପାରିବେ। ୟୁଜିସିର ସ୍ୱୟମ୍ ଯୋଜନାରେ ନିୟମିତ ପାଠ୍ୟକ୍ରମ ବ୍ୟତିତ ବାଣିଜ୍ୟ ଓ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ କର୍ପୋରେଟ ଟେକ୍ସ ପ୍ଲାନିଂ ପାଠ୍ୟକ୍ରମ ବିଷୟରେ ମଧ୍ୟ ପଢିପାରିବେ। ସମ୍ବଲପୁରୀ ଷ୍ଟଡ଼ିଜ କୁ ସ୍ନାତକ ଶ୍ରେଣୀ ପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭଳି ବାଧ୍ୟତାମୂଳକ କୋର୍ସ ତାଲିକାରେ ରଖାଯିବ ବୋଲି ବୈଠକରେ ଧାର୍ଯ୍ୟ କରଯାଇଛି। ଏଥିରେ ବିଶ୍ୱବିଦ୍ୟାଳୟର କୁଳସଚିବ ଗିରିଷ ଚନ୍ଦ୍ର ସିଂ, ଉପ କୁଳସଚିବ ଡ଼. ଉମା ଚରଣ ପତି, ସ୍ନାତକୋତର ପରିଷଦର ଅଧ୍ୟକ୍ଷ ସଦନ କୁମାର ପାଲ, ଏକାଡ଼ଡ଼େମିକ ନିର୍ବାହୀ ଡ଼.ଶ୍ରୀକତା ପଂଡ଼ା, ରାଜ୍ୟପାଳଙ୍କ ନୋମିନୀ ଡ଼. ମୀନକେତନ ପାଠୀ, ପରୀକ୍ଷା ନିୟନ୍ତ୍ରକ ହେମ କୁମାର ନାୟକ, ସମସ୍ତ ବିଭାଗର ମୁଖ୍ୟ ଅଧ୍ୟାପକ ବୃନ୍ଦ ଯୋଗଦେଇଥିଲେ।