Odiapua.com

ଗଗନ ବିହାରୀ ରାଉତଙ୍କ ପୁସ୍ତକ ‘ଜ୍ଞାନାଲୋକ’ ଲୋକାର୍ପିତ (ଫଟୋ ଅଛି)

????????????????????????????????????

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପାର ସାହିତ୍ୟ ସଂସ୍କୃତି ମଂଚ ଆନୁକୁଲ୍ୟରେ ପୂର୍ବତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ଗଗନ ବିହାରୀ ରାଉତଙ୍କ ପ୍ରବନ୍ଧ ପୁସ୍ତକ ‘ଜ୍ଞାନାଲୋକ’ ସାଳନ୍ଦୀ ବାଇପାସ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଲୋକାର୍ପିତ ହୋଇଛି। ମଂଚର କାର୍ଯ୍ୟକାରୀ ସଂପାଦକ ବାବୁଲାଲ ଦାସ ସମସ୍ତ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିଲେ। ମୁଖ୍ୟଅତିଥି ଓଡ଼ିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ ଓ ଅନ୍ୟାନ୍ୟ ଅତିଥିଙ୍କ ଗହଣରେ ଉତ୍ସବର ଉଦ୍‌ଘାଟନ କରିଥିଲେ। ପଣ୍ଡିତ ମାଧାବନାନ୍ଦ ମିଶ୍ର ବେଦପାଠ କରିଥିଲେ। ଡ; ରାମଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ: ମମତାରାଣୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ବାବୁଲାଲ ଦାସ ସଂପାଦକୀୟ ବିବରଣୀ ପାଠ କରିଥିଲେ। ପରେ ଅତିଥିମାନେ ପୁସ୍ତକର ଲୋକାର୍ପଣ କରିଥିଲେ। ଗଗନ ବିହାରୀ ରାଉତ ଲେଖକୀୟ ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ। ପ୍ରାଧ୍ୟାପକ ତଥା ସ୍ତମ୍ଭକାର ଡ. ବିଶ୍ୱରଂଜନ ଦାସ ପୁସ୍ତକର ସମୀକ୍ଷା କରିଥିଲେ। ଉତ୍ସବରେ ବରେଣ୍ୟ ଅତିଥି ଭାବେ ଡ. ବ୍ରଜମୋହନ ମିଶ୍ର, ପଣ୍ଡିତ ଦୈତାରୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ଡ. ପ୍ରେମାନନ୍ଦ ମହାପାତ୍ର ଏବଂ ମୁଖ୍ୟଅତିଥି ଶ୍ରୀଯୁକ୍ତ ଶତପଥୀ ସେମାନଙ୍କ ଭାଷଣରେ ସାମାଜିକ ଉପାଦେୟତା ମଧ୍ୟରେ ପୁସ୍ତକର ଭୂମିକା ଅବର୍ଣ୍ଣନୀୟ ବୋଳି ପ୍ରକାଶ କରିଥିଲେ। ଉତ୍ସବରେ ପ୍ରଧାନଶିକ୍ଷକ ଦୁଃଶାସନ ରାଉତ, ନରେନ ପଲେଇ, ଦିଲିପ ନାୟକ, ସୀତାକାନ୍ତ ଦାସ, ସାମ୍ବାଦିକ ତପନ କୁମାର ପଣ୍ଡା, ଅଜୟ ନାୟକ, ଲଲାଟେନ୍ଦୁ ମହାନ୍ତି, କୈଳାସ ଚନ୍ଦ୍ର ମହାପାତ୍ର, ସଂଜନ ତ୍ରିପାଠୀ, ଶାନ୍ତନୁରାଉତ, ସୁଧାକର ରାଉତ, ଗୀତାରାଣୀ ଆଇଚ, ଜାନକୀ ପାଢୀ, ମନୋରମା ରାୟ, ସଂଯୁକ୍ତା ବଳ, ଶଶିକାନ୍ତ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରବାନ୍ଧିକଙ୍କ ପୁତ୍ର ଡ; ଗୁରୁକଲ୍ୟାଣ ରାଉତ, ଗୌରବରଂଜନ ରାଉତ, ବଳରାମ ରାଉତ, ପରିଚାଳନା କରିଥିଲେ। ପୌତ୍ରୀ ପ୍ରୀୟାଂଶୀ ରାଉତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ପ୍ରାବନ୍ଧିକଙ୍କ ସହଧର୍ମିଣୀ ସୁଲୋଚନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।