Odiapua.com

ଗଂଜେଇ ସହ ବାଇକ ଜବତ ଜଣେ ଗିରଫ

ବାଲିଗୁଡା, ୨୬/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଗଂଜେଇ ଚୋରାଚାଲଣ ବେଳେ ବାଲିଗୁଡା ପୋଲିସ ଦ୍ୱାରା ଧରାପଡିଲା। ଘଟଣାରୁ ପ୍ରକାଶ ଯେ ବାଲିଗୁଡା ପୋଲିସ ଦ୍ୱାରା ମହାଶିଙ୍ଗି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିକଟରେ ଗାଡି ମୋଟର ଯାଂଚ କରୁଥିବା ସମୟରେ ଏକ ବାଇକ ବାଲିଗୁଡାରୁ ଯାଉଥିଲା। ସେହି ବାଇକକୁ ପୋଲିସ ହାତ ମାରି ଅଟକାଇବା ସହ ବାଇକ ଓ ବାଇକଚାଳକକୁ ଧରିବା ପରେ ଦେଖିଥିଲେ ଯେ ତାପାଖରୁ ଗଂଜେଇ ବାହାରିଥିଲା। ବାଇକ ଓ ଜବତ ଗଂଜେଇ ସହ ଚାଳକକୁ ପୋଲିସ ଥାନାକୁ ଆଣିଥିଲେ। ୧୨ କେଜି ୩୦୦ଗ୍ରାମ ହୋଇଥିବା ବେଳେ ଜବତ ହୋଇଥିବା ଗାଡି ନମ୍ବର ଓଡି ୦୫ ଡବ୍ଲ୍ୟୁ ୧୫୨୭ କୁ ଜବତ କରି ଗିରଫ ହୋଇଥିବା ଜସୋବନ୍ତ ବିରକୁ କେସ ନମ୍ବର ୧୦୪/୨୦ରେ ମମାଲା ରୁଜୁ କରି କୋର୍ଟ ଚାଲଣ କରାଯାଇଛି।