Odiapua.com

ଖ୍ରୀଷ୍ଟମାସ ୨୦୨୧ : ଜାଣନ୍ତୁ ସାନ୍ତା କ୍ଲଜ ସମ୍ବନ୍ଧିତ କାହାଣୀ ଏବଂ ପ୍ରଚଳିତ କଥା -୧

ସାନ୍ତା କ୍ଲଜଙ୍କ ବିଷୟରେ ଅନେକ କଥା ପ୍ରଚଳିତ। କୁହାଯାଉଛି କି ଥରେ ସନ୍ଥ ନିକୋଲସଙ୍କୁ ମାୟରାର ଜଣେ ଏପରି ବ୍ୟକ୍ତିଙ୍କ ବି।ୟରେ ସୂଚନା ମିଳିଲା, ଯିଏ କି ବହୁତ ଧନଶାଳୀ ଥିଲା କିନ୍ତୁ କିଛି ସମୟ ପରେ ବ୍ୟାପାରରେ ପ୍ରବଳ କ୍ଷତି ହେବାରୁ ସେ କାଙ୍ଗାଳ ହୋଇଯାଇଥିଲା। ସେହି ବ୍ୟକ୍ତିଙ୍କର ଚାରୋଟି ଝିଅ ଥିଲେ କିନ୍ତୁ ତାଙ୍କର ବିବାହ ପାଇଁ ତା’ ପାଖରେ କିଛି ବଞ୍ଚି ନଥିଲା। ଏପରିକି ତା’ ପରିବାର ପାଇଁ ଖାଇବାକୁ ମଧ୍ୟ କିଛି ନ ଥିଲା।

ଏହାପରେ ନିଜର ପରିବାରର ଏତେ ଖରାପ ଅବସ୍ଥା ଦେଖି ପାରିଲାନାହିଁ ସେହି ବ୍ୟକ୍ତି। ଝିଅମାନେ ବଡ଼ ହେଲେ ଏବଂ ବିବାହ ଯୋଗ୍ୟ ହେଲେ। ସେତେବେଳେ ସେ ନିଷ୍ପତ୍ତି କଲେ କି ତାଙ୍କର ଚାରି ଝିଅଙ୍କ ମଧ୍ୟରୁ ଜଣେ ଝିଅକୁ ବିକ୍ରୀ କରିଦେବେ। ଏଥିରୁ ମିଳିବା ଟଙ୍କାରେ ନିଜ ପରିବାରର ପାଳନ-ପୋଷଣ କରିବା ସହ ଅନ୍ୟ ଝିଅ ମାନଙ୍କର ବିବାହ କରିବେ। ଆସନ୍ତା ଦିନରେ ନିଜର ଗୋଟିଏ ଝିଅକୁ ବିକ୍ରୀକରିବା ପାଇଁ ବିଚାର କରି ରାତିରେ ଶୋଇପଡ଼ିଥିଲେ। କିନ୍ତୁ ସେହି ଦିନ ରାତିରେ ସନ୍ଥ ନିକୋଲସ ତା’ର ଘର ପହଁଞ୍ଚିଲେ ଏବଂ ଚୁପଚାପ୍ ଝରକା ବାଟଦେଇ ସୁନା ମୁଦ୍ରାରେ ଭରା ଏକ ମୁଣା ଘରେ ପକାଇ ଚାଲିଗଲେ।

ସକାଳେ ଯେତେବେଳେ ସେହି ବ୍ୟକ୍ତିଜଣଙ୍କର ନିଦ ଭାଙ୍ଗିଲା ଏବଂ ସେ ସୁନା ମୁଦ୍ରା ଦେଖି ପାଖରେ ପଡ଼ିଥିବା ଦେଖିଲେ ସେତେବେଳେ ତାଙ୍କୁ ବହୁତ ଆଶ୍ଚର୍ଯ୍ୟ ଲାଗିଲା ଏବଂ ଭାବିଲେ ଏହି ବ୍ୟାଗ ଏଠାକୁ କୁଆଡ଼ୁ ଆସିଲା ? ଆଖପାଖ ଚାରିପଟେ ଦେଖିଲେ କିନ୍ତୁ ତାଙ୍କୁ କେହି ଦେଖାଗଲେ ନାହିଁ। ସେତେବେଳେ ସେ ଈଶ୍ଵରଙ୍କର ଧନ୍ୟବାଦ ଦେଲେ ଏବଂ ବ୍ୟାଗକୁ ନିଜ ପାଖରେ ରଖିଲେ ଏବଂ ବଡ଼ ଧୂମଧାମରେ ନିଜର ଚାରିଝିଅଙ୍କର ବିବାହ କଲେ। ପରେ ତାଙ୍କୁ ଜଣାପଡ଼ିଲା କି ଏହି ମୁଣାଟି ସନ୍ଥ ନିକୋଲସ ହିଁ ତାଙ୍କର ଝିଅମାନଙ୍କର ବିବାହ ପାଇଁ ତା’ ଘର ଛାଡ଼ିଥିଲେ।