Odiapua.com

ଖୋଲିଲା ସହିଦ ଭଗତ ସେନା ସୂଚନା କେନ୍ଦ୍ର, ଉଦଘାଟନ କଲେ ବିଧାୟକ ତଥା ଆବାହକ ସୀତାଂଶୁ ଶେଖର ମହାପାତ୍ର

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଐତିହାସିକ ଭଦ୍ରକ କାଳୀପୂଜା ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଯାହା ପାଇଁ ସାରା ଭଦ୍ରକ ଆଜି ଉତ୍ସବ ମୁଖର ହୋଇଛି ।ଭଦ୍ରକ ଚରଂମ୍ପା ରେ ସମୁଦାୟ ୯ ଗୋଟି ପୂଜା ମଣ୍ଡପ ରେ ମା କାଳୀ ପୂଜାପାଉଥିବା ବେଳେ ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ସବୁବର୍ଷ ପରି ଏବର୍ଷ ମଧ୍ୟ ଭଦ୍ରକ ର ଅଗ୍ରଣୀ ସଂଗଠନ ସହିଦ ଭଗତ ସେନା ପକ୍ଷରୁ ଭଦ୍ରକ ରେଲୱେ ଷ୍ଟେସନ ନିକଟରେ ସହାୟତା କେନ୍ଦ୍ର ଖୋଲାଯାଇଛି ।ତେବେ ଏହି କାର୍ଯ୍ୟକ୍ରମ ରେ ସହିଦ ଭଗତ ସେନା ଆବାହକ ତଥା ଭଦ୍ରକ ବିଧାୟକ ସହିଦ ଭଗତ ସିଂ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତଥା ଫିତା କାଟି ଅନୁଷ୍ଠାନିକ ଭାବେ ସହାୟତା କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ସହିଦ ଭଗତ ସେନା ର ସଦସ୍ୟ ଉପସ୍ଥିତ ରହି କେମିତି ୯ ଦିନ ଧରି ହେବାକୁ ଥିବା ମେଳାରେ ଆସୁଥିବା ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁ ଙ୍କୁ ସହାୟତା କରିହେବ ତାହାକୁ ନେଇ ଆବାହକ ତଥା ବିଧାୟକ ଙ୍କ ସହ ଆଲୋଚନା କରିଥିଲେ ।ଶେଷରେ ମା ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ ବିଧାୟକ ।