Odiapua.com

ଖୋଲିଲା ଶିମିଳିପାଳ

ଶିମିଳିପାଳ, ୦୧/୧୧, (ଓଡ଼ିଆ ପୁଅ ପି ନାୟକ): ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଅଭୟାରଣ୍ୟକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟନ ଆସିଥାନ୍ତି। ଆଜିବି ସକାଳୁ ଜଶୀପୁର ଟିକଟ କାଉଣ୍ଟର ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏଥିପାଇଁ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଉଛି। ଚଳିତବର୍ଷ ଜଶୀପୁର କାଳିଆଣି ଗେଟ ଦେଇ ୩୫ ଟି ଗାଡି ଓ ପିଠାବଟା ଦେଇ ୨୫ ଟି ଗାଡି ଯାଇପାରିବେ। ସେହିପରି ଟିକେଟ ଜଶୀପୁର ଓ ପିଠାବଟାର ବୁକିଂ କାଉଣ୍ଟରରୁ ସକାଳ ୬ ରୁ ୯ପର୍ଯ୍ୟନ୍ତ ମିଳିପାରିବ। ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ପ୍ରକଳ୍ପରେ ଗୁଡ଼ିଗୁଡ଼ିଆ, ବରେଇପାଣି, କୁମାରୀ ଓ ଜାମୁଆଣିରେ ରାତିରେ ଲେକମାନକୁ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତେକ ଗାଡ଼ିରେ ଗାଇଡ଼ ନେବା ବାଧ୍ୟତାମୂଳକ ହୋଇଛି।