ଅନୁଗୁଳ,୦୭/୧୦,(ଓଡ଼ିଆ ପୁଅ ପି ନାଏକ):ଜଳସ୍ତର ବୃଦ୍ଧି ପାଇବାରୁ ଆଜି ରେଙ୍ଗାଲି ଡ୍ୟାମର ଗୋଟିଏ ଗେଟ୍ ଖୋଲା ଯାଇଛି । ତେବେ ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ବନ୍ୟାଜଳ ନିଷ୍କାସନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୭ଟା ସମୟରେ ଏହି ଗେଟ ଖୋଲା ଯାଇଛି । ଏବେ ଜଳଭାଣ୍ଡାରର ସ୍ତର ୧୨୪.୧୩ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡରେ ୪୭୯ ଘନ ମିଟର ଜଳ ପ୍ରବେଶ କରୁଛି ।