Odiapua.com

ଖୋର୍ଦ୍ଧା ରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ

ଖୋର୍ଦ୍ଧା, ୩୦/୧୦, (ଓଡ଼ିଆ ପୁଅ ପି ନାୟକ):ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରେ ପୁଣି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଧାନ ଫସଲ ଖାଇବାକୁ ମୁହାଁଉ ଥିବା ବେଳେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଏହି ହାତୀପଲ ଉତ୍ପାତ ମଚାଇଛନ୍ତି। ଗାଁ ଲୋକଙ୍କ କହିବାନୁଯାୟୀ, ଟାଗିଂ ବନଖଣ୍ଡର ଚିତ୍ରକୂଟ, ଗୁଣ୍ଠା, ବଘେଇପୁଟ, ଡମଣଭୂଇଁ, ଗୟାବନ୍ଧ ଜଙ୍ଗଲରେ ପାଖାପାଖି ୨୫ଟି ହାତୀ ଆତଙ୍କ ରଚାଇଥିବା କୁହାଯାଇଛି। ବିଭିନ୍ନ ଧାନ କିଆରିରେ ପଶି ଧାନ ଖାଇବା ସହ ଦଳି ଚକଟି ଫସଲ ନଷ୍ଟ କରିଥିବା ବେଳେ ବନ ବିଭାଗ ହାତୀମାନଙ୍କୁ ଘଉଡାଇବାରେ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛି।