Odiapua.com

ଖୋର୍ଦ୍ଧା ତହସିଲଦାରଙ୍କୁ ନୟାଗଡ଼ ତହସିଲଦାର ଭାବେ ନିଯୁକ୍ତି

ନୟାଗଡ଼, ୨୩ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଖୋର୍ଦ୍ଧା ତହସିଲଦାର ପଦ୍ମ ଚରଣ ସାହୁଙ୍କୁ ନୟାଗଡ଼ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ରଣପୁର ତହସିଲଦାରଭାବେ ଯୁଗଳ କିଶୋର ମିଶ୍ରଙ୍କୁ ନିଯୁକ୍ତି ମିଳିଛି। କିଛିଦିନ ପୂର୍ବରୁ ସରକାରଙ୍କ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କୁ ନୟାଗଡ଼ ବିଡିଓ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ତାଙ୍କ ସ୍ଥାନରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଥିବା ଯୁଗଳ କିଶୋର ମିଶ୍ରଙ୍କୁ ନୟାଗଡ଼ ତହସିଲଦାର ଭାବେ ନିଯୁକ୍ତି ଦିଅ।।ଯାଇଥିଲା। ତେବେ ପୁଣି ଆଉ ଏକ ବିଜ୍ଞପ୍ତିରେ ଯୁଗଳ କିଶୋର ମିଶ୍ରଙ୍କୁ ରଣପୁର ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି।