Odiapua.com

ଖୋଦ୍ଧା ଓ ପୁରୀ ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ପୁରୀ ସହରରେ Mobile Tower on Wheel ଜରିଆରେ ଟେଲିଯୋଗାଯୋଗ ବ୍ୟବସ୍ଥା

ଆସନ୍ତା କାଲି ଠାରୁ ଖୋର୍ଦ୍ଧା ଜିଲ୍ଲାରେ ରିଲିଫ ବଣ୍ଟନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର, ୭.୫ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବାତ୍ୟା ପରବର୍ତ୍ତୀ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ଉପରୋକ୍ତ ଜିଲ୍ଲା ମାନଙ୍କରେ ବିଦ୍ୟୁତ ଓ ଜଳଯୋଗାଣ ପରିସ୍ଥିତି ଏବଂ ରିଲିଫ ଯୋଗାଣ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରୁ ଜଣାଯାଇଛି ଯେ, ଉଭୟ ଜିଲ୍ଲାରେ ପାନୀୟ ଜଳଯୋଗାଣ ପ୍ରାୟତଃ ସ୍ଵାଭାବିକ ହୋଇଛି। ପୁରୀ ଜିଲ୍ଲାର ୯୦ ପ୍ରତିଶତ ଗାଁକୁ ପଞ୍ଚାୟତରୁ ସଡକ ଯୋଗାଯୋଗ ବ୍ୟବସ୍ଥାର ହୋଇଯାଇଛି। ବିଜୁଳି ଓ ଟେଲିଯୋଗାଯୋଗ ପରି ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଟେଲିଯୋଗାଯୋଗରେ ବ୍ୟାପକ ଅସୁବିଧା ହେଉଥିବାରୁ ପୁରୀ ସହରରେ Mobile Tower on Wheel ଜରିଆରେ ଟେଲିଯୋଗାଯୋଗ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଭୁବନେଶ୍ବରରେ ରିଲିଫ ଓ ସହାୟତା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଆସନ୍ତାକାଲି ଠାରୁ ରିଲିଫ ବଣ୍ଟନ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଉପରୋକ୍ତ ୨ଟି ଜିଲ୍ଲା ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀ ଏବଂ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।