Odiapua.com

ଖେଳ ଇଣ୍ଡିଆ ତିନିଦିନିଆ କ୍ରୀଡା ପ୍ରତିଯୋଗୀତା ଉଦଯାପିତ

ମାଲକାନଗିରି,୧୩ ।୧(ଓଡିଆ ପୁଅ )  ଗତ ତନିଦିନ ଧରି ମାଲକାନଗିରି ଜିଲ୍ଲାରେ ଚାଲିଥିବା ଶାନ୍ତିପ୍ରତିଷ୍ଠା ଓ କ୍ରୀଡାର ବିକାଶ ଖେଳ ଇଣ୍ଡିଆ କ୍ରୀଡା ପ୍ରତିଯୋଗୀତା ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲାକ୍ରୀଡା ଅଧିକାରୀ କୁଳମଣି ନିଆଲଙ୍କ ଅଧ୍ୟକ୍ଷତାରେ ଉଦଯାପନି ଉତ୍ସବରେ ମୁଖ୍ୟଅତିଥି ଭାବେ ଏସପି ରିଶିକେଶ ଡି ଖିଲାରୀ,ସମ୍ମାନିତ ଅତିଥି ଭାବେ ଡିଏଫଓ ପ୍ର୍ଦୀପ ଦେବଦାସ ମିରଶେ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ତହସିଲଦାର ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧି ନାୟକ, ଯୋଗଦେଇ କୃତିପ୍ରତି ଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ବିତରଣ କରିଥିଲେ ।  ଆଦିବାସୀ ଅଧ୍ୟୁଷିତ ଅଚଂଳର କ୍ରୀଡାବିତ ମାନେ କେଉଁଗୁଣରେ କମନୁହଁନ୍ତି,ଏହି କ୍ରୀଡାଦ୍ୱାରା ଦେଶବିଦେଶରେ ଶାନ୍ତିପ୍ରତିଷ୍ଠା ହେବାସହିତ କ୍ରୀଡାର ବିକାଶ ଘଟିପାରିବ ବୋଲି ମଚାଂସିନ ଅତିଥି ମାନେ କହିଥିଲେ । ଏହି କ୍ରୀଡା ଉତ୍ସବରେ ଜିଲ୍ଲାର ସାତଟି ବ୍ଲକର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ  ୬୦୦ଜଣ ରୁ ଉର୍ଦ୍ଦ ଛାତ୍ର ଛାତ୍ରୀ ଭାଗନେଇ ବିଭିନ୍ନ କ୍ରୀଡା ପ୍ରଦର୍ଶନ କରିଥିଲେ ।  ୫୨ଜଣ କ୍ରୀଡାଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହି କ୍ରୀଡା ଗୁଡିକୁ ପରିଚାଳନା କରିଥିବା ବେଳେ ସ୍ୟାମସୁନ୍ଦର ନାୟକ ଓ ବିନାଶକୁମାର ମିଶ୍ର ମଚଂ ପରିଚାଳନା କରିଥିଲେ । ରାତ୍ରରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଷଣ କରିଥିଲେ ।