Odiapua.com

ଖେଳୁଥିବା ସମୟରେ ପୋଖରୀରେ ବୁଡି ଦୁଇ ଭଉଣୀଙ୍କର ମୃତ୍ୟୁ

ମାଲକାନଗିରି/୨୨ା୧୧ (ଓଡିଆ ପୁଅ ) ମା ବାପା ଧାନକଟାରେ ବ୍ୟସ୍ତ ଥିବା ବେଳେ ଖେଳୁଥିବା ସମୟରେ ପୋଖରୀରେ ବୁଡିଯାଇ ଦୁଇଭଉଣୀଙ୍କର ମୃତ୍ୟୁଘଟିଛି ।ଏପରି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନାସ୍ଥ ପୁଷୁଗୁଡା ପଚାଂୟତ ମୁକାନପାଲି ଆଦିବାସୀ ଗ୍ରାମରେ । ସେହି ଗ୍ରାମର ଗଙ୍ଗା ଆଗାଲି ଓ ତାଙ୍କ ପତ୍ନୀ ମୁନି ଶନିବାର ଦିନ ଅପରାହ୍ନରେ ଚାଷ ଜମିକୁ ଧାନକାଟିବାକୁ ଯାଇଥିଲା । ତିନିମାସର ଛୋଟ ଝିଅକୁ ଜମି ନିକଟରେ ଥିବା ଏକ ଗଛରେ ଦୋଳିରେ ସୁଆଇଦେଇ ତାନିକଟରେ ତିନିବର୍ଷ ଓ ୮ବର୍ଷର ଝିଅକୁ ଜଗାଇ ଦେଇଥିଲେ । ତିନିବର୍ଷର ଝିଅ ଖେଳୁଥିବା ସମୟରେ ନିକଟରେ ଥିବା ଏକ ପୋଖରୀରେ ତାର ଗୋଡ ଖସି ଯାଇ ସେ ବୁଡି ଯାଇଥିଲା, ସାନଭଉଣୀ ପାଣିରେ ବୁଡି ଯିବାଦେଖି ୮ବର୍ଷର ବଡଭଉଣୀ ତାକୁ ଉଦ୍ଧାର କରିବା ପାଇଁ ସେ ମଧ୍ୟ ପୋଖରୀ ଭିତରକୁ ପଳାଇଥିଲା, ପୋଖରୀରେ ଅଧିକ ପାଣି ଥିବାରୁ ଦୁଇଭଉଣୀ ଯାକ ପାଣିରେ ବୁଡି ଯାଇଥିଲେ ।କିଛି ସମୟପରେ ସାନ ଝିଅ କାନ୍ଦିବାରୁ ଧାନକାଟୁଥିବା ତାର ମା ସେଠାରେ ପହଁଚି ଦେଖିଲା ତାଙ୍କର ଦୁଇଝିଅ ନାହିଁନ୍ତି । ସେ ପୋଖରୀ ନିକଟକୁ ଯାଇ ଦେଖିବାଲା ବେଳେକୁ ପୋଖରୀଭିତରେ ତାଙ୍କ ଝିଅ ପଡିଛନ୍ତି ।ସେ ସଙ୍ଗେ ସଙ୍ଗେ ଚିତ୍କାର କରି ଡାକପାକଇବାରୁ ତାଙ୍କ ସ୍ୱାମୀ ଗଙ୍ଗା ଓ ଗ୍ରାମ ବାସୀ ମାନେ ସେଠାରେ ପହଁଚି ପୋଖରୀରୁ ଦୁଇ ଝିଅଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ଦୁଇଝିଅ ଙ୍କର ମୃତ୍ୟୁ ଘଟିସାରିଥିଲା । ଏ ସଂପର୍କରେ ମୋଟୁ ଥାନାରେ ଜଣାଇବା ପରେ ଘଟଣାସ୍ଥଳରେ ମୋଟୁ ପୁଲିସ ପହଁଚି ମୃତଶରୀର ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦପାଇଁ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ । ଶବ ବ୍ୟବଛେଦ ପରେ ଆଜି ମୃତପରିବାର ଙ୍କୁ ପୁଲିସ ଦୁଇଭଉଣୀଙ୍କର ମୃତଶରୀର ହସ୍ତାନ୍ତର କରିଛନ୍ତି ।