Odiapua.com

ଖେଳୁଥିବା ବେଳେ ପୋଖରିରେ ଗୋଡ ଖସି ଯିବାରୁ ଦୁଇ ଶିଶୁଙ୍କ ମୃତ୍ୟୁ

ମାଲକାନଗିରି,୨ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପଡିଆ ଥାନାସ୍ଥ କମାରଗୁଡା ଆଦିବାସୀ ଗ୍ରାମରେ ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁଘଟିଛି ।କମାରଗୁଡା ଗ୍ରାମର କିଛି ଛୋଟ ଛୋଟ ପିଲା ଗ୍ରାମଦାଣ୍ଡରେ ଲୁଚକାଳି ଖେଳୁଥିଲେ,ଠିକ ସେହି ସମୟରେ ଗ୍ରାମରୁ କିଛି ବତକ ନିକଟରେ ଥିବା ପୋଖରୀ କୁ ଯାଉଥିବାର ଦେଖି ତାଙ୍କ ପଛେ ପଛେ ଦୁଇଜଣ ଶିଶୁ ଗୋଡାଇ ଗୋଡାଇ ପୋଖରୀ ନିକଟରେ ପହଁଚି ଯାଇଥିଲେ । ବତକ ଗୁଡିକ ପୋଖରୀରେ ପହଁରିବା ଦେଖି ଅନିତା ମାଡକାମି ଓ ଆୟୁସ କବାସୀ ନାମକ ଶିଶୁ ଦୁଇଜଣ ବତକ ଙ୍କୁ ଧରିବା ପାଇଁ ପୋଖରୀ ଭିତରକୁ ପସିଯାଇଥିଲେ । ସେମାନଙ୍କ ଗୋଡ ଖସି ଯିବାରୁ ପୋଖରି ମଧ୍ୟରେ ବୁଡି ଯାଇଥିଲେ । ପରିବାର ଲୋକେ ସେମାନଙ୍କୁ ବହୁତ ଖୋଜା ଖୋଜି କରିବା ପରେ ନ ପାଇବାରୁ ସେମାନଙ୍କ ସାଙ୍ଗ ମାନଙ୍କୁ ପଚାରିଥିଲେ, ସେମାନେ କହିଥିଲେ ସେ ଦୁଇଜଣ ବତକ ଧରିବା ପାଇଁ ପୋଖରୀ ନିକଟକୁ ଯାଇଥିବାର ଦେଖିଛନ୍ତି, ତାପରେ ସେମାନେ କେଉଁଆଡକୁ ଗଲେ କିଛି ଜାଣିନାହିଁନ୍ତି ବୋଲି କହିବାରୁ ପରିବାର ଲୋକେ ପାଖରୀନିକଟକୁ ଯାଇ ଖୋଜିଥିଲେ । ବହୁତ ଖୋଜା ଖୋଜି କରିବାପରେ ପୋଖରୀ ପାଣିଭିତରୁ ଦୁଇଜଣ ଶିଶୁଙ୍କ ମୃତ ଶରୀର ଉଦ୍ଧାର ହୋଇଥିଲା । ଏ ସଂପର୍କରେ ପରିବାର ଲୋକେ ପଡିଆ ଥାନାକୁ ଜଣାଇବାପରେ ଘଟଣାସ୍ଥଳରେ ପଡିଆ ଥାନା ପୁଲିସ ପହଁଚି ଶିଶୁଦୁହିଁଙ୍କ ମୃତ ଶରୀର ଜବତ କରି କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର କୁ ଶବବ୍ୟବଛେଦ ନିମନ୍ତେ ପଠାଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି । ଏକା ସଙ୍ଗେ ଦୁଇଶିଶୁ ଙ୍କ ମୃତ୍ୟୁରେ କମାରଗୁଡା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।