ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ପିଏମ୍ ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଖେଲୋ ଇଣ୍ଡିଆ ସେଂଟର ଆନୁକୁଲ୍ୟରେ କୋଚ୍ ରାଜେସ୍ କୁମାର ନାୟକ ତତ୍ୱାବଧାନରେ ଟେନିକଏଟ୍ ଖେଳର ଏକ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଉପ ଜିଲ୍ଲାପାଳ ତଥା ଜିଲ୍ଲା କ୍ରିଡା ଅଧିକାରୀ ଶ୍ୟାମଲ କୁମାର ରାଏ ଙ୍କ ପୌରହିତ୍ୟ ରେ ଉଦ୍ ଘାଟିତ ହୋଇଯାଇଛି ।ଜିଲ୍ଲାର ସମସ୍ତ ମଣ୍ଡଳ ର ବିଭିନ୍ନ ବିଦ୍ୟାଳୟ ରୁ ୪୦ରୁ ଉର୍ଦ୍ଧ ବାଳକ ଓ ବାଳିକା ମାନେ ବିନାଶୁଳ୍କ ରେ ଭାଗନେଇଛନ୍ତି । ଏହି ପ୍ରଶିକ୍ଷଣ ଶିବିର ଟି ୫ ଦିନ ଧରି ସକାଳ ୬ ଘଟିକା ରୁ ୮ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ ଶିବିର ଅନ୍ୟତମ ଅତିଥି ରୂପେ ଅଫିସର୍ ଇନ୍ ସ୍ପେସାଲ ଡ୍ୟୁଟି (କ୍ରିତାଅଧିକାରୀ) ରମେଶ କୁମାର ମହାନ୍ତି , ଗୋଲକ ନାୟକ (ସଭାପତି ଭଦ୍ରକ ଜିଲ୍ଲା ଟେନିକ ଏଟ୍ ସଂଘ , ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସାହୁ , ମନୋଜ କୁମାର ସାହୁ (ସଂପାଦକ ଭଦ୍ରକ ଜିଲ୍ଲା ଟେନିକଏଟ ସଂଘ ) ଓ କ୍ରିଡା ଶିକ୍ଷକ ତପନ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହ କରିବା ସହିତ ଟେନିକଏଟ୍ ଖେଳ କିପରି ସ୍ୱଳ୍ପ ଖର୍ଚ୍ଚ ରେ ଶାରୀରିକ ଦକ୍ଷତା ବଢାଇବା ସହିତ ଏହି ଖେଳକୁ ନିଜର ବୃତି ଭାବେ ଗ୍ରହଣ କରିବାକୁ ପରାମର୍ଶ ରଖିଥିଲେ ।