Odiapua.com

ଖୁସିର ଖବର : ସୁସ୍ଥ ହେଲେ ସୁନ୍ଦରଗଡ ଜିଲା କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୫।୪ (ଓଡ଼ିଆ ପୁଅ) – ଭଲଖବର। ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ ସେ ସୁସ୍ଥ ହେବା ପରେ ଗୋଟିଏ ଜିଲ୍ଲା କରୋନା ଭାଇରସ୍ ସଂକ୍ରମଣ ମୁକ୍ତ ହୋଇଛି। ସେହି ଜିଲ୍ଲାଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା। ତେଣୁ ଓଡ଼ିଶାରେ କରୋନା ସଂକ୍ରମିତ ସୁସ୍ଥ ହେବା ସଂଖ୍ୟା ୩୪ରେ ପହଞ୍ଚିଛି।

କିନ୍ତୁ ଅପର ପକ୍ଷରେ ଆଜି ଯାଜପୁର ଜିଲ୍ଲାରୁ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ହୋଇଛି। ତେବେ ରାଜ୍ୟରେ କରୋନା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିହା ବେଳେ ବାକି ସମସ୍ତେ ଚିକିତ୍ସାଧିନ ଅଛନ୍ତି।