Odiapua.com

ଖୁବ୍ ଶୀଘ୍ର ପ୍ରକାଶ ପାଇବ NEET 2021 ପରୀକ୍ଷା ଫଳ – ଫଳ ଘୋଷଣା ପାଇଁ ପଥ ପରିଷ୍କାର କଲେ ସୁପ୍ରିମ କୋର୍ଟ

ନୂଆ ଦିଲ୍ଲୀ ୨୮ -୧୦ (ଓଡ଼ିଆ ପୁଅ) ସେପ୍ଟେମ୍ବର ୧୨ ରେ ପରୀକ୍ଷା ଦେଇଥିବା ୧୬ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ସୁପ୍ରିମକୋର୍ଟ ଜାତୀୟ ପରୀକ୍ଷା ଏଜେନ୍ସି (NTA) କୁ ପରୀକ୍ଷା ଫଳ ଘୋଷଣା କରିବାକୁ ଅନୁମତି ଦେବା ମାତ୍ରେ NEET ପରୀକ୍ଷା ଫଳ ୨୦୨୧ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।

ସାରା ଦେଶରେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ବିଷୟ। ସୂଚନାଯୋଗ୍ୟଯେ, ଜାତୀୟ ପ୍ରବେଶିକା ପରୀକ୍ଷା ଏଜେନ୍ସି (ଏନଟିଏ) ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଏସସିଙ୍କ ହସ୍ତକ୍ଷେପ ଲୋଡିଥିଲା।

NEET ଫଳାଫଳ ୨୦୨୧ ଅଫିସିଆଲ୍ ପୋର୍ଟାଲରେ ପ୍ରକାଶ ପାଇବ।

ସେପ୍ଟେମ୍ବର ୧୨ ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଏବଂ ପ୍ରାୟ ୧୬ ଲକ୍ଷ ଛାତ୍ରଛାତ୍ରୀ ଏଥିପାଇଁ ହାଜର ହୋଇଥିଲେ।