Odiapua.com

ଖୁବଶିଘ୍ର ଆରମ୍ଭ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟ, ବିସ୍ଥାପିତଙ୍କ ସହ ପ୍ରଶାସନର ବୈଠକ, କ୍ଷତିପୂରଣ ଟଙ୍କା ସହ ଜମି ପାଇଁ ବିସ୍ଥାପିତଙ୍କ ଦାବି

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ତଥା ଶୈବପୀଠ ଆଖଣ୍ଡଳମଣିଧାମର ବିକାଶ ପାଇଁ ପୂର୍ବ ସରକାର ୨ଟି ପ୍ରର୍ଯ୍‌ଯାୟରେ ଯୋଗାଇଦେଇଥିଲେ ୪୮କୋଟି ଟଙ୍କା। ପ୍ରଥମ ପର୍ଯ୍ୟାୟ ୬କୋଟି ଟଙ୍କାରେ ମଣିବାବାଙ୍କ ମନ୍ଦିର ଭିତର ବେଢା ପରିସର , ପ୍ରାଚେରୀ, ଶ୍ରାବଣୀ ମଣ୍ଡପ, ୪ଦ୍ୱାର ଗୁମୁଟ ନୂଆରୂପରେଖ ପାଇଥିବା ବେଳେ ଗଣେଷମଣ୍ଡପ, ଗଳିଘର ମନ୍ଦିର ଦଧିନଉତି ଆଦି ମରାମତି କରାଯାଇଥିଲା। ତାହାସହ ମନ୍ଦିର କାର୍ଯ୍ୟାଳୟ ଗୃହ, ମୁଖ୍ୟ ସିଂହଦ୍ୱାର, ଦକ୍ଷିଣ ଦ୍ୱାରର ବାହାର ରାସ୍ତା ଆଦି ନୂଆରୂପରେ ଗଢା ଯାଇଥିଲା। ସେହିପରି ୨ୟ ପ୍ରଯ୍ୟାୟରେ ୪୨କୋଟି ଟଙ୍କାରୁ ୧୮କୋଟି ଟଙ୍କାରେ ଉନ୍ନୟନମୂଳକ କାର୍ଯ୍ୟ ଓ ପରିକ୍ରମା ମାର୍ଗ ନିମନ୍ତେ ବିସ୍ଥାପିତ ହେଉଥିବା ୧୦୩ପରିବାରଙ୍କୁ ୨୪କୋଟି ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ୨୦୨୩ଦ୨୪ମସିହାରେ ଭୂମୀପୂଜନ କରାଯାଇ ଆଗନ୍ତୁକ ଭକ୍ତଙ୍କ ସୁବିଧା ନିମନ୍ତେ ଏକ ବିଶାଳ ଗାଡି ପାର୍କିଂ ସ୍ଥଳ ନିର୍ମାଣ ସମ୍ପୁଣ୍ଣ ହୋଇଥିବା ବେଳେ ୫୧ଫୁଟ ଉଚ୍ଚର ଧ୍‌୍ୟାନମଗ୍ନ ଶିବମୃତି ନିର୍ମାଣ ସସ ଶିବପ୍ଲାଜା ନିର୍ମାଣ, ଶିବଗଙ୍ଗା ପୁଷ୍କରଣୀର ଉନ୍ନତି କରଣ ସହିତ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନାଦଚଲା ଦର୍ଶନ ପଥ ନିର୍ମାଣ କାର୍ଯ୍ୟ ଅନ୍ତିମ ପ୍ରଯ୍ୟାୟରେ ପହଁଚିଛି। ହେଲେ ପ୍ରଶାସନିକ ସ୍ତରରେ କେତେକ ପ୍ଲଟରେ ଠିକ ମାପଚୁପ ହୋଇନଥିବା ବେଳେ, ବିସ୍ଥାପିତଙ୍କ ଦାବି ଅନୁଯାୟୀ ୨ଗୁଣା ଟଙ୍କା ସହ ଜମି ଯୋଗାଇ ଦେବା ପାଇଁ ପୂର୍ବରୁ ଆଲୋଚନା ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବାରୁ ବିସ୍ଥାପିତମାନେ ସହମତି ପ୍ରକାଶ ନକରି ଜାଗା ଛାଡି ନଥିଲେ। ଏଥିପାଇଁ ସୋମବାର ଭଦ୍ରକ ଜିଲାପାଳ ତଥା ଆରଡିପୀଠ ଉନ୍ନୟନ କମିଟିର ଅଧ୍‌୍ୟକ୍ଷ ଦୀଲିପ ରାଉତରାଏ, ଉପଜିଲାପାଳ ତଥା ଟ୍ରଷ୍ଟି ସୌରଭ ଚକ୍ରବର୍ତୀ, ଡେପୁଟି କଲେକ୍ଟର ତଥା ଜିଲା ଭୂର୍ଜନ ଅଧିକାରୀ କାର୍ତିକନାଥ ମଣ୍ଡଳ, ଚାନ୍ଦବାଲି ତହସିଲିଦାର ଭବତୋଷ ମଲିକ, ମନ୍ଦିର ନିର୍ବାହୀ ଅଧିକାରୀ ବିଦ୍‌୍ୟାଧର ପଲାଇ, ଟ୍ରଷ୍ଟବୋର୍ଡସଭ୍‌୍ୟ ସରୋଜ ଦାସ, ସେବାୟତପ୍ରତିନିଧି ସନ୍ତୋଷ ପାଢୀଙ୍କ ସହ ଅନ୍‌୍ୟାନ୍ୟ ଅଧିକାରୀ ଓ ବିସ୍ଥାପିତଙ୍କ ମଧ୍‌ଯରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମନ୍ଦିର ଅତିଥିଭବନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଟକି ରହିଥିବା ଆଖଣ୍ଡଳମଣିଙ୍କ ମନ୍ଦିର ପରିକ୍ରମା ମାର୍ଗ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍‌ଯ ତ୍ୱରିତ୍ୱ କରି ଖୁବଶିଘ୍ର କାର୍ଯ୍ୟ ଆରମ୍ଭ ନିମନ୍ତେ ସମସ୍ତ ବିସ୍ଥାପିତଙ୍କ ସହଯୋଗ ଲୋଡିଥିଲେ ଜିଲାପାଳ ଶ୍ରୀ ରାଉତରାଏ। ହେଲେ ପୂର୍ବ ପ୍ରଶାସନ ନିକଟରେ ବିସ୍ଥାପିତ ଦେଇଥିବା ଦାବି କେତେବାଟ ଆଗେଇଛି ବୋଲି ବିସ୍ଥାପିତମାନେ ପ୍ରଶ୍ନ କରିବାରୁ ପ୍ରଶାସନ ତାହାର ଉତର ରଖି କହିଥିଲେ କି ପୂର୍ବରୁ ଯାହାକିଛି ଯୋଜନା ହୋଇଥିଲା ତାହାର କିଛିଟା ପରିବର୍ତନ କରାଯାଇଛି। ବିସ୍ଥାପିତମାନଙ୍କୁ ଯେଉଁ ଟଙ୍କା ସହ ଜମି ଯୋଗାଇଦେବାର ଥିଲା ଚଳିତ ସରକାର ନାକଚ କରିଦେଇଛନ୍ତି। ପୁର୍ନବାର ଆଉଏକ ପ୍ରସ୍ତାବ ଜିଲା ପ୍ରଶାସନ ପକ୍ଷରୁ ରାଜ୍‌୍ୟ ସରକାରଙ୍କ ନିକଟକୁ ପଠାଯିବ। ଏଥିପୂର୍ବରୁ ସମସ୍ତ ବିସ୍ଥାପିତ ସହଯୋଗ କରି ନିଜର ସହାୟତା ରାଶି(ଟଙ୍କା) ନେଇ ଏଗ୍ରିମେଂଟ କରିପାରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ହେଲେ ବିସ୍ଥାପିତମାନେ ପୁର୍ନବାର ଦାବି ଉଠାଇ କହିଥିଲେକି ଆଗେ ଜମି ଓ ନୀତିକାନ୍ତି ନିମନ୍ତେ ଆସବାପତ୍ର ରଖିବା ପାଇଁ ଘର ଯୋଗାଇ ଦେଲେ ଏଗ୍ରିମେଂଟ(ଚୁକ୍ତିନାମା) କରିବେ ବୋଲି ରୋକଠୋକ ଭାବେ କହିଥିଲେ। ପରେ ଜିଲାପାଳ ଶ୍ରୀ ରାଉତରାଏ ଏ ବାବଦରେ ସରକାରଙ୍କ ସହ ଆଲୋଚନା କରି ପରବର୍ତୀ ବୈଠକରେ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଚଳିତ ସରକାର ଯୋଗାଇ ଦେଇଥିବା ୧୦କୋଟି ଟଙ୍କାରେ ଆରଡି ଭବନ ନିର୍ମାଣ ହେବା ସହ ଆଖଣ୍ଡଳମଣିଙ୍କ ଐତିହ୍‌୍ୟର ଏକ ମ୍‌୍ୟୁଜିୟମ ନିର୍ମାଣ, ଅନ୍‌୍ୟ ଏକ ଗାଡିପାର୍କିଂ ନିର୍ମାଣ, ଏକ ଶୌଚାଳୟ ନିର୍ମାଣ କରାଯିବ ବୋଲି ଉପଜିଲାପାଳ ଶ୍ରୀ ଚକ୍ରବର୍ତୀ କହିଥିଲେ। ସେହିପରି ଶିବମାହାରା ନାଳକୁ ବୈତରଣୀନଦୀରୁ ଜଳ ଯାତାୟତ ନିମନ୍ତେ ଏକ ବଡ କର୍ଲଭଟ ନିର୍ମାଣ ସହ ସଫେଇ ଆଦି ବାବଦରେ ଆଲୋଚନା ହୋଇଥିଲା। ବିଶେଷକରି ମନ୍ଦିର ଭିତରେ ଅସାମାଜିକ ବ୍‌୍ୟକ୍ତିଙ୍କୁ ସାବାଡ ପାଇଁ ଅଲିଟିମେଟ ସିସି କ୍‌୍ୟାମେରା ସ୍ଥାପନ ସହ ମନ୍ଦିରରେ ସଂସ୍କାର ଆଣିବା ପାଇଁ ଦୃଢ ପଦକ୍ଷପ ନିଆଯିବ ବୋଲି ଟ୍ରଷ୍ଟି ଶ୍ରୀ ଚକ୍ରବର୍ତୀ କହିଥିଲେ। ଯେଉଁ କ୍‌୍ୟାମେରାକୁ ଜିଲାପାଳଙ୍କ ସହ ଟ୍ରଷ୍ଟି, ଏସପି , ତହସିଲିଦାର ପ୍ରମୁଖ ଭଦ୍ରକ ରହି ଦେଖି ପାରିବେ। ଅନ୍‌୍ୟପଟେ ବିସ୍ଥାପିତଙ୍କ ଅବଗତି ନିମନ୍ତେ ୭ଦିନ ମଧ୍‌୍ୟରେ ମନ୍ଦିର କାର୍ଯ୍‌୍ୟାଳୟ ପରିସରରେ ସବିଶେଷ ତଥ୍‌୍ୟ ନଟକା ଜାରି କରାଯିବ। ଏହାର କୌଣସି ତୃଟି ଥିଲେ ବିସ୍ଥାପିତମାନେ ୭ଦିନ ମଧ୍‌୍ୟରେ ଜିଲା ପ୍ରଶାସନଙ୍କୁ ଜଣାଇ ପାରିବେ ବୋଲି ଭୂର୍ଜନ ଅଧିକାରୀ ଶ୍ରୀ ମଣ୍ଡଳ କହିଥିଲେ।