Odiapua.com

ଖୁଦୁରୁକୁଣି ଗାଧୁଆ ୨ ଜୀବନ ନେଲା

ନୟାଗଡ଼, ୩୧ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖଦୁରୁକୁଣି ଓଷାର ଶେଷ ପାଳିରେ ଜଣେ ନାବାଳିକା ନଦୀରେ ଗାଧୋଉଥିଲାବେଳେ ଭାସିଯାଇ ଜୀବନ ହରେଇଥିବାବେଳେ ଜଣେ ନାବାଳକ ମଧ୍ୟ ପୋଖରିରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି ା ମୃତା ନାବାଳିବା ହେଉଛି ପ୍ରମୋଦ ମାଝିଙ୍କ ଝିଅ ଶ୍ରଦ୍ଧାଞ୍ଜଳୀ ମାଝି(୧୩)। ତାଙ୍କ ଘର ଦଶପଲ୍ଳା ଥାନା ଟାକରା ପଂଚାୟତ ବୁରୁସାହି ଜଡ଼ାତଇଲା ଗ୍ରାମରେ। ଖୁଦୁରୁକୁଣି ଓଷାରେ ନିକଟସ୍ଥ ବୃତ୍ତଙ୍ଗ ନଦୀକୁ ଗ୍ରାମର ୭ଜଣ ଝିଅ ଗାଧୋଇବାକୁ ଯାଇଥିଲେ। ଗାଧୋଇବାବେଳେ ସୁଅ ମୁହଁରେ ଭାସି ଯାଇଥିଲେ ପ୍ରମୋଦଙ୍କ ସାନ ଝିଅ ଆରତୀ। ସାନ ଭଉଣୀ ଆରତୀକୁ ଉଦ୍ଧାର କରିବାକୁ ବଡ଼ ଭଉଣୀ ଶ୍ରଦ୍ଧାଞ୍ଜଳୀ ଲମ୍ପ ମାରିଥିଲାବେଳେ ପରେ ପରେ ସାଥୀରେ ଯାଇଥିବା ଯମୁନା ଓ ଜୀତା ମଧ୍ୟ ପାଣିକୁ ଡେଇଁଥିଲେ। ସମସ୍ତେ ନଦୀରେ ଭାସି ଯାଉଥିବାବେଳେ ସ୍ଥାନୀୟ ଲୋକେ ଯମୁନା ଓ ଆରତୀକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିବାବେଳେ ବଡ଼ ଭଉଣୀ ଶ୍ରଦ୍ଧାଞ୍ଜଳୀର ପତ୍ତା ପାଇନଥିଲେ। ପରେ ଦମକଳବାହନୀର ସହାୟତା ନିଆଯାଇଥିଲାବେଳେ ସେମାନେ ବହୁ ଖୋଜା ଖୋଜି କରିବା ପରେ ମୁମୁର୍ଷୁ ଅବସ୍ଥାରେ ଶ୍ରଦ୍ଧାଞ୍ଜଳୀର ଠାବ ପାଇଥିଲେ। ଶ୍ରଦ୍ଧାଞଳୀକୁ ତତ୍‌କ୍ଷଣାତ ଦଶପଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୂ ନିଆଯାଇଥିଲା। ହେଲେ ଡାକ୍ତର ଶ୍ରଦ୍ଧାଞ୍ଜଳୀକୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଆତୀ ଓ ଯମୁନା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ସେହିପରି ରଣପୁର ବ୍ଳକ ଅନ୍ତର୍ଗତ ମୟୁରଝାଲିଆ ଦୋଳମଣ୍ଣପସାହିର ମାମୁନି କଳସଙ୍କ ପୁଅ ବାଦଲ କଳସ(୧୫) ନିଜ ଭଉଣୀ ସହିତ ଖୁଦୁରୁକୁଣି ଓଷାରେ ପୋଖରୀରେ ଗାଧୋଉଥିବାବେଳେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି।