Odiapua.com

ଖାଦ୍ୟସୁରକ୍ଷା ଯୋଜନାରୁ ବଞ୍ଚିତ ପରିବାର, କାର୍ଡ ଥାଇବି ମିଳୁନି ସାମଗ୍ରୀ

ଭଦ୍ରକ, ୨୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -:ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ପରିବାରକୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟଶସ୍ୟ ଯୋଗାଇ ଦେବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବାର ବ୍ୟବସ୍ଥା ରହିଥିବାରୁ ଅନେକ ବଡଲୋକ ରାସନ କାର୍ଡ ହାତେଇନେବାକୁ ସକ୍ଷମ ହୋଇଥିବା ବେଳେ ଗରିବ, ଦିନମଜୁରିଆ ଏବେବି ଏହି ଯୋଜନାର ସୁଫଳ ପାଇବାରୁ ବଞ୍ôଚତ ହୋଇଛନ୍ତି। ଏଥିପାଇଁ ନିକଟରେ ଭଣ୍ଡାରିପୋଖରୀ ବ୍ଲକର ୨୦୨୩ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାକୁ ଯୋଗ୍ୟ ଦର୍ଶାଇ ବହୁ ବ୍ୟକ୍ତି ଦୋହରା ଭାବେ ଆବେଦନ କରିଛନ୍ତି। ସେମାନଙ୍କ ସମ୍ପର୍କରେ ଆଗାମୀ ୨୪ ତାରିଖ ମଧ୍ୟରେ ତଦନ୍ତକାରୀ ଅଧିକାରୀମାନେ ତଦନ୍ତ କରି ରିପୋର୍ଟ ଦେବା ପରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଯୋଜନାରେ ସାମିଲ ପାଇଁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ମାତ୍ର ପୂର୍ବରୁ ଚୟନ କରାଯାଇଥିବା ହିତାଧିକାରୀ ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀ ରାଜନୈତିକ ନେତୃତ୍ୱବୃନ୍ଦ ଓ ବିଭାଗୀୟ ଅଧିକାରୀମାନଙ୍କୁ କୌଣସି ଉପାୟରେ ସନ୍ତୁଷ୍ଟ କରି ହେଉ ଅବା ଅଧିକାରୀମାନଙ୍କୁ ଜଳକା ବନାଇ କାର୍ଡ ହାତେଇନେଇଛନ୍ତି। ଭାତହାଣ୍ଡିରୁ ଗୋଟିଏ ପରି ନିର୍ଗୁଣ୍ଡି ପଞ୍ଚାୟତ ମଜୁରୀଗଡିଆ ଗ୍ରାମର ଜଣେ ଦଳିତ ପରିବାର ହେଉଛି ସୁବାସ ଯେନାଙ୍କ ପରିବାର। ସୁବାସଙ୍କ ପତ୍ନୀ ଓ ତିନିପିଲାଙ୍କୁୁ ନେଇ ଅଭାବୀ ସଂସାର। ଚାଷଜମି କହିଲେ ମାତ୍ର ଆଠଗୁଣ୍ଠ। ଚାଳ ଛପର ଘର ଓ ଶ୍ରମ କରି ମଜୁରୀ ଆଣିଲେ ଚଳେ ପରିବାର। ମାତ୍ର ସେହି ଗ୍ରାମର ଜଣେ ସରକାରୀ ଦଳ ନେତାଙ୍କ ଆକ୍ରୋସର ଶିକାର ହୋଇ ସେ ରାସନ କାର୍ଡ ପାଇବାରୁ ବଞ୍ôଚତ ହୋଇଥିବା ନେଇ ସେ ସନ୍ଦେହବ୍ୟକ୍ତ କରିଛନ୍ତି। ଏଥିନେଇ ସୁବାସ ନିର୍ଗୁଣ୍ଡି ସରପଞ୍ଚଙ୍କ ସହାୟତା ଲୋଡିବା ପରେ ସରପଞ୍ଚ ନମିତା ପାତ୍ର ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇ ଦୃଷ୍ଟି ଆକର୍ଷଣ କରି ସୁଫଳ ମିଳିନଥିବା କହିଛନ୍ତି। ସେହିପରି ମଜୁରୀଗଡିଆ ଗ୍ରାମର ଅନ୍ୟ ଜଣେ କାହ୍ନୁଚରଣ ବାରିକ ଗରିବ ଶ୍ରମିକ ଶ୍ରେଣୀର ଲୋକ ହୋଇଥିଲେ ମଧ୍ୟ ଯୋଜନାରୁ ବଞ୍ôଚତ ହୋଇରହିଛନ୍ତି। ଏ ତ ଗଲା ଆଦୌ ରେସନ କାର୍ଡ ପାଇନଥିବା ପରିବାର କଥା। ଗତ ୨୦୧୮ ମସିହାରୁ ରାସନ କାର୍ଡ ପାଇଥିଲେ ରହଣିଆ ପଞ୍ଚାୟତ ଆକୁଲିକଣା ଗ୍ରାମର ଗାୟତ୍ରୀ ସ୍ୱାଇଁ। ଦୁର୍ଗାଚରଣ ସ୍ୱାଇଁଙ୍କ ପତ୍ନୀ ଗାୟତ୍ରୀ କିଛଇ ମାସ ରାସନ ପାଇବା ପରେ ତାଙ୍କୁ ଆଉ ମିଳିନଥିଲା। ତେବେ ଗତ ବିଧାନସଭା ନିର୍ବାଚନ ବେଳେ ତାଙ୍କ ପରିବାରର ଭୋଟ ହାତେଇବାକୁ ତାଙ୍କ ସ୍ୱାକ୍ଷର ନିଆଯାଇନଥିଲେ ବି ତାଙ୍କୁ ତିନି ମାସର ଚାଉଳ ଦିଆଯାଇଥିଲା। ଯାହାକୁ ନିର୍ବାଚନ ପରେ ପୁଣି ବନ୍ଦ କରିଦିଆଯାଇଥିଲା। ଦୁର୍ଗାଚରଣଙ୍କ ଅନ୍ୟଜଣେ ଭାଇର ପକ୍କା ଘର ଥିବାରୁ ଅଭିଯୋଗ ଅନୁଯାୟୀ ତାଙ୍କ କାର୍ଡକୁ ସ୍ଥଗିତ ରଖାଯାଇଛି ବୋଳି ଏମ-ଆଇ- ରେବତୀଶ ସିଂ ନାୟକ କହିଛନ୍ତି। ତେବେ ଦୁର୍ଗାଙ୍କର ଅନ୍ୟଜଣେ ଭାଇଙ୍କୁ ରେସନ କାର୍ଡରେ ଉପକାର ମିଳୁଥିବା ବେଳେ ତାଙ୍କୁ କିପରି ବଞ୍ôଚତ କରାଯାଇଛି ବୋଳି ସେ ପ୍ରଶ୍ନ ଉଠାଇଛନ୍ତି। ବୁଧବାର ଏମ-ଆଇ- ଏହି ଘଟଣାର ଅନୁଧ୍ୟାନ କରିଛନ୍ତି ଓ ଜନଗଣନା ରିପୋର୍ଟ, ସେମାନେ ଏକାନ୍ନବର୍ତ୍ତୀ ପରିବାରକୁ ନୁହେଁ ଓ ଭାଇଙ୍କ ପକ୍କାଘର ସହ ଦୁର୍ଗାଙ୍କର ସମ୍ପର୍କ ଅଛିକି ନାହିଁ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।