Odiapua.com

ଖରିଆର, ଗୋରୁ ବଜାର ଦୟନିୟ

ଖରିଆର ୧୨.୦୫.(ଓଡ଼ିଆ ପୁଅ /ସୁଜିତ ପ୍ରଧାନ ) ଖରିଆର ବିଜ୍ଞାପିତ ଅଂଚଳରେ ଥିବା ଗୋରୁ ବଜାର ଅବସ୍ଥା ଗୁରୁତର। ଏହି ଗୋରୁ ବଜାର ବହୁ ବର୍ଷରୁ ଚାଲିଛି। ଏହି ବଜାରକୁ କୋମନା, ବୋଡେ଼ନ, ଭାଲୁମୁଣ୍ଡା, ତୁରେକେଲା, ଓ ଛତିଶଗଡ଼ ରୁ ମଧ୍ୟ ଆସିଥାନ୍ତି। ବହୁ ବର୍ଷରୁ ଏହି ଗୋରୁ ବଜାରର ବ୍ୟବସ୍ଥା କିଛି ନାହିଁ। ମାସକୁ ପ୍ରତି ଶୁକ୍ରବାର ଦିନରେ ଏହି ବଜାର ବସେ। ପ୍ରତି ଶୁକ୍ରବାର ଦିନ ହାରାହାରୀ ପଚାଶ ଲକ୍ଷ ଟଙ୍କାର କ୍ରୟ ବିକ୍ରୟ ହୋଇଥିବା ଜଣା ପଡେ। ଶହକୁ ୩% ପ୍ରତିଶତ ଟଙ୍କା ରସିଦ କାଟି ଥାନ୍ତି। ଏହି ଦାୟିତ୍ୱ ଆରମସି ରସିଦ କାଟି ଥାଏ ଓ ନିଜ କାଗଜ ପତ୍ର ର ଖର୍ଚ୍ଚ ରଖି ଖରିଆର ରୋଡ ଅଫିସରେରେ ଜମା ଦିଏ। ବର୍ଷକୁ ଥରେ ହିସାବ କରି ବିଜ୍ଞାପିତ ଅଂଚଳ ଖରିଆର କୁ ୫୦ % ଜମା ଦିଏ। ହେଲେ ଲକ୍ଷାଧିକ ଟଙ୍କା ଆଦାୟ ହେଉ ଥିଲେ ମଧ୍ୟ ଏହି ଗୋରୁ ବଜାରକୁ କେହି ଦେଖୁନଥିବା ଅଭିଯୋଗ ହୋଇଛି। ଗ୍ରୀଷ୍ମ ଋତୁରେ ପାଣି ଟୋପାଏ ମଧ୍ୟ ମିଳୁ ନ ଥିବା ଲୋକେ ପ୍ରକାଶ କରିଛନ୍ତି। ନା ପାଣି ନା ଉପରେ ଛାତ ନାହିଁ ଖରା ବର୍ଷା ଶୀତ ବାର ମାସ ଏହି ଖୋଲା ଆକାଶ ତଳେ ଗୋରୁ ମାନେ ଓ ତା’ସହ ଅନ୍ୟାନ୍ୟ ପଶୁ ମନେ ମଧ୍ୟ ଖୋଲା ଆକାଶ ତଳେ ଥିବା ଲୋକେ ପ୍ରକାଶ କରିଛନ୍ତି ଲୋକମାନେ। ଏହି ବିଷୟରେ ଆରମସି ସମ୍ପାଦକକୁ ଯୋଗା ଯୋଗ କରିଥିଲେ ମଧ୍ୟ ସେ କହିଲେ ଏହା ଆମ୍ଭ ଜାଗା ନୁହଁ, ନଏଏସିର ଜାଗା ସେ କରିବା କଥା, ଖରିଆର ବିଜ୍ଞାପିତ କାର୍ଯ୍ୟ ଅଧିକାରୀ ପ୍ରକାଶ କରିଥିଲେ ଆମେ ଜାଣି ନାହୁଁ ଆମେ ଏହାର ବ୍ୟବସ୍ଥା କରିବୁ ବୋଲି ପ୍ରକାଶ କରିଥିଲେ।