Odiapua.com

ଖରସ୍ରୋତା ନଦୀ ଜଳ ବିବାଦ ଘଟଣା : ଗିରଫ ୨୩ଜଣଙ୍କ ଜାମିନ ଆବେଦନ ଖାରଜ କଲେ ଜିଲ୍ଲାଜଜ

କେନ୍ଦ୍ରାପଡ଼ା ୨ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ରାଜକନିକାର ଖରସ୍ରୋତା ନଦୀ ଜଳ ବିବାଦରେ ପୋଲିସ ୨୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗୁରୁବାର ସେହି ୨୪ଜଣଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜଙ୍କ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା। ଜିଲ୍ଲା ଦୈାରାଜଜ ସମସ୍ତ ୨୪ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା ଜଣାପଡିଛି।