Odiapua.com

ଖରସ୍ରୋତାରୁ ଉଦ୍ଧାର ହେଲା କୁମ୍ଭୀର

ଯାଜପୁର,୧୯/୧୦,(ଓଡ଼ିଆ ପୁଅ ପି ନାୟକ): ମାଛ ବନିଶୀରେ କୁମ୍ଭୀର । ଆଜି ସକାଳେ ଯାଜପୁର ଖରସ୍ରୋତା ନଦୀରୁ ଏକ କୁମ୍ଭୀର ଉଦ୍ଧାର କରାଯାଇଛି । ମାଛ ଧରିବା ପାଇଁ ପଡ଼ିଥିବା ବନିଶୀରେ ଏକ ୩ ଫୁଟର କୁମ୍ଭୀର ଲାଗିଥିଲା । ପରେ ଏହାକୁ ଦେଖିବା ପାଇଁ ସେଠାରେ ଅନେକ ଲୋକ ଭିଡ ମଧ୍ୟ ଜମାଇଥିଲେ । କୁମ୍ଭୀର ଉଦ୍ଧାର ପରେ ବନ ବିଭାଗକୁ ଖବର ଦିଆଯାଇ ଥିବା ସୂଚନା ମିଳିଛି ।