Odiapua.com

ଖବରକାଗଜ ହକରଙ୍କୁ ହୁଇଲ ଚେୟାର ପ୍ରଦାନ

ତାଳଚେର, ୬/୮(ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ପୌରାଞ୍ଚଳର ୧୧ନମ୍ବର ୱାର୍ଡ ଅନ୍ତର୍ଗତ ବାପୁଜୀନଗରର ବାସିନ୍ଦା ଖବରକାଗଜ ହକର ଅରୁଣ ନାଏକ ଦୁର୍ଘଟଣା ଯୋଗୁଁ ଚଲାବୁଲା କରି ନପାରି ଅସହାୟ ଅବସ୍ଥାରେ ପଡ଼ି ରହିଥିବାର ଖବର ପାଇ ଗଣମାଧ୍ୟମ ପ୍ରତିନିଧି ବିଘ୍ନେଶ୍ୱର ସାହୁ ଓ ଯୁବ ସମାଜସେବୀ ସୁଲେଖ ସେଠୀ ଗୋଟିଏ ହୁଇଲ୍ ଚେୟାର ଦେଇ ସହଯୋଗର ହାତ ବଢ଼ାଇଛନ୍ତି। ସୂଚନା ଥାଉକି, ଅରୁଣ ନାଏକ ତାଳଚେର ସହରରେ ବିଭିନ୍ନ ଖବରକାଗଜର ହକର ଭାବେ କାର୍ଯ୍ୟ କରି ଆସୁଥିଲେ କିନ୍ତୁ କିଛି ଦିନ ପୂର୍ବରୁ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହେବା ଦ୍ୱାରା ତାଙ୍କ ଆଣ୍ଠୁରେ ଆଘାତ ହୋଇଥିଲା। ଏହାପରେ ସେ ଚାଲିବାରେ ସମ୍ପୂର୍ଣ୍ଣ ଭାବେ ଅକ୍ଷମ ହୋଇଥିଲେ। ତେବେ ସାମାଜିକ ଗଣମାଧ୍ୟମରୁ ଏହି ସୂଚନା ପାଇ ଶ୍ରୀ ସାହୁ ଓ ଶ୍ରୀ ସେଠୀ ଅରୁଣଙ୍କ ବାସଭବନରେ ପହଁଚି ହୁଇଲ୍ ଚେୟାର ପ୍ରଦାନ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଉଭୟ ଯୁବକଙ୍କ ମହତ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି।