Odiapua.com

ଖଦାଳପୋଖରୀ ପଂଚାୟତରେ ଜାତୀୟ ପତାକାକୁ ଅସମ୍ମାନ

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅର୍ନ୍ତଗତ ଖଦାଳପୋଖରୀ ପଂଚାୟତ ଅଫିସ ଏବଂ ଖଦାଳପୋଖରୀ ଅଙ୍ଗନବାଡି କେନ୍ଦ୍ରରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଖଦାଳପୋଖରି ଗ୍ରାମ ପଂଚାୟତରେ ଆଜି ୭୫ତମ ସ୍ୱାଧୀନତା ଦିବସ ଅବସରରେ ଉକ୍ତ ପଂଚାୟତର ସରପଂଚ , ୪ନଂ ଜୋନର ଜିଲ୍ଲା ପରିଷଦ ଓ ଅନ୍ୟମାନେ ମିଶି ପତାକା ଉତୋଳନ କରିଥିବା ବେଳେ ପତାକାକୁ ଓଲଟା ଉଡୁଥିବା ଦେଖିବାକୁ ମିଳିଥିଲା ।ସେହିପରି ଖଦାଳପୋଖରୀ ଅଙ୍ଗନବାଡି କେନ୍ଦ୍ରରେ ପତାକା ଉତୋଳନ କରିବା ପରେ ଜାତୀୟ ପତାକାଟି ତଳେ ପଡିଯାଇଥିଲା ।ତେବେ ଏ ନେଇ ସ୍ଥାନୀୟ ସମାଜସେବୀ ରୁତୁରାଜ ଦାସ ଖଦାଳପୋଖରୀ ପଂଚାୟତ ସରପଂଚ ଏବଂ ଜିଲ୍ଲା ପରିଷଦଙ୍କ ବିରୁଦ୍ଧରେ ଜାତୀୟ ପତାକା ଅବମାନନାକୁ ନେଇ ବେଖାତିର କରିଥିବାରୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବାଂଶଡା ଥାନାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।ପ୍ରଥମ ଅଭିଯୋଗକୁ ନେଇ ଏହାର ବିରୁଦ୍ଧରେ ଖଦାଳପୋଖରୀ ପଂଚାୟତର ସରପଂଚ ଚମ୍ପା ମାଝୀ ବାଂଶଡା ଥାନାରେ କେହି ଜାତୀୟ ପତାକାକୁ ଓଲଟାଇ ଦେଇଥିବା କଥା ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ତୁରନ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ କରିଛନ୍ତି ।