Odiapua.com

ଖଣି, ତହସିଲ ଓ ପୋଲିସ ଅଧିକାରୀଙ୍କ ସହ ଖଣି ମାଫିଆଙ୍କ ମଧୁ ଚନ୍ଦ୍ରିକା, ବୃଦ୍ଧଙ୍କୁ ହାତୀ ମାରିବା ପରେ ବି ନିଷେଧାଞ୍ଚଳରେ ବେଆଇନ ଖଣି ବ୍ଲାଷ୍ଟିଙ୍ଗ

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ -ବାଲେଶ୍ୱର ସୀମା ଅଧୀନ ଖଇରା ତହସିଲର ଶାରୀଶୁଆ କପିଳ ଝରୀ ବନ୍ଧନଟା ( ପଥର ଖଣି )ଅଂଚଳରେ ଗତ ୧୬ ତାରିଖରେ ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲଭିଆଙ୍କ ଆଦେଶରେ ଖଇରା ତହସିଲଦାର ରଶ୍ମିରଂଜନ ହୋତା ଧାରା ୧୬୩ ଧାରା ମୂଳେ ଏସଡିପିଓ (ନୀଳଗିରି) ପ୍ରମୋଦ ମଲିକ,ଆଇଆଇସି (ଖଇରା)ମୋହନ ସେଠି,ଜୁନିଅର ମାଇନିଂ ଅଧିକାରୀ ଅଭିଷେକ ବେହେରା ଓ଼ ଦୁଇଜଣ ଏଏସଆଇଙ୍କ ଉପସ୍ଥିତିରେ ନିଷେଧାଞ୍ଚଳ ଘୋଷଣା କରିଥିଲେ ମଧ୍ୟ ପୋଲିସ ମୁତୟନ ନ ହେବା କାରଣରୁ ଗତ ୧୮ ତାରିଖରେ ଖଣିନମ୍ବର ୮୮,୮୯,୧୯,୪୫ ଓ ୪୪ରେ ହୋଇଛି ବ୍ଲାଷ୍ଟିଙ୍ଗ। ରାତି ନଅ ଟାରେ ହାତୀଙ୍କ ଚଲାପଥରେ ପ୍ରବଳ ବ୍ଲାଷ୍ଟିଙ୍ଗ ହେବା ଫଳରେ ବଣୁଆ ହାତୀ ଜଙ୍ଗଲ ଛାଡ଼ି ସେଦିନ କୁପାରୀ ଗାଁ କୁ ପଶିଲେ। ଫଳରେ ଗାଁ ଲୋକ ଓ଼ ବନକର୍ମଚାରୀ ଗୋଡ଼େଇବାରୁ ହାତୀ କୁପାରୀ – ପୂର୍ବପଡ଼ାର ସୁରେନ୍ଦ୍ର ଦାସ(୬୭) ଙ୍କୁ ଆକ୍ରମଣ କରି ମାରିଦେଲା। ଔପଦା ରେଞ୍ଜଅଧିକାରୀ, କୁପାରୀ ଫରେଷ୍ଟର, ବାଲେଶ୍ୱର ଜିଲ୍ଲାର ଡ଼ିଏଫଓ ଘଟଣା ସ୍ଥଳରେ ପହଂଚି ପୂର୍ବପଡ଼ା ରେ ରହି ଟିମ ଜରିଆରେ ରାତିରେ ହାତୀକୁ ଅଗରପଡା ଦେଇ ସୋସୋ ଦେଇ ହଦଗଡ଼ ରେ ପହଂଚାଇବା ରେ ସଫଳ ହୋଇଥିଲେ। କିନ୍ତୁି ୨୦ରେ୧୨ନମ୍ବର ଖଣିରେ ବ୍ଲାଷ୍ଟିଙ୍ଗ ଯୋଗୁଁ ଜଣେ ଛୋଟ ଖଣି ମାଫିଆକୁ ଜୁନିଅର ମାଇନିଂ ଅଧିକାରୀ ଅଭିଷେକ ବେହେରା ଦୁଇଟି କମ୍ପ୍ରେସର ଜବଦ କରି ଖଇରା ଥାନାରେ ରଖିଛନ୍ତି।କିନ୍ତୁ ବଡ ବଡ଼ ମାଫିଆ ମାନେ କରୁଥିବା ବ୍ଲାଷ୍ଟିଙ୍ଗ ଖଣି କୁ ଯାଉନାହାନ୍ତି ଜୁନିଅର ମାଇନିଙ୍ଗ ଅଧିକାରୀ ଅଭିଷେକ ବେହେରା, ପୋଲିସ ଓ ତହସିଲ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି ଖଣିବ୍ଲାଷ୍ଟିଙ୍ଗ। ଏଣୁ ସାଧାରଣରେ ମୁଖ୍ୟମନ୍ତ୍ରୀ ଉପଯୁକ୍ତ ବିହୀତ ଆଇନଗତ କାର୍ଯାନୁଷ୍ଠାନ ନେବାକୁ ଦାବି ହୋଇଛି।