Odiapua.com

ଖଡିଆଳ ଜେଏମଏଫସି କୋର୍ଟ କିରାଣୀ ଙ୍କ ଋଶି ଲଗାଇ ଆତ୍ମହତ୍ୟା

ଖଡିଆଳ/ନୂଆପଡା-୧୩.୦୬.୧୯.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲ୍ଲା ଖଡିଆଳ ସ୍ଥିତ ଜେଏମଏଫସି କୋର୍ଟ (ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ) ରେ କାର୍ଯ୍ୟରତ କନିଷ୍ଠ କିରାଣୀ ବେକରେ ରଶୀ ଲଘାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଲିଛି। ଘଟଣାରୁ ପ୍ରକାଶ ବୋଡେନ ବ୍ଲକ ସଦର ବୋଡେନ ର ହରିହର ଜଗତ ଙ୍କ ପୁଅ ଅଭିଲାଶ କୁମାର ଜଗତ ଖଡିଆଳ ଜେଏମଏଫସି କୋର୍ଟରେ କନିଷ୍ଠ କିରାଣୀ ଭାବରେ କାର୍ଯ୍ୟ କରୁଥିଲେ। କିନ୍ତୁ ଆଜି ଖଡିଆଳ ରେ ସେ ରହୁଥିବା ଘରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ଦେଖିବାକୁ ମିଲିଥିଲା। ଖଡିଆଳ ପୋଲିସ ଜାଣିଲା ପରେ ମୃତ ଶବ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇ ଦେବା ସହିତ ପରିବାର କୁ ହସ୍ତାନ୍ତର କରିଥିବା ଖଡିଆଳ ପୋଲିସ ଆଇଆଇସି କୈଳାଶ ଚନ୍ଦ୍ର ସେଠି ପ୍ରକାଶ କରିଛନ୍ତି। କିନ୍ତୁ ପୁଅର ବାପା ହରିହର ଜଗତ ମୋ ପୁଅ କୁ ଅଫିସରେ ଅଧିକ କାମ କରିବା ପାଇଁ ପ୍ରେସର ଦେବା ଫଳରେ ଅତିଷ୍ଠ ହୋଇ ପୁଅ ଆତ୍ମହତ୍ୟାବ କରିଥିବା ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସୂଚନା ଥାଉକି ଖଡିଆଳ ପୋଲିସ ଅଭିଲାଶ ରହୁଥିବା ସ୍ଥାନରୁ ମୋବାଇଲ, ଲାପଟପ ଜବତ କରି ଅଧିକ ତଦନ୍ତ ଚଳାଇଥିବା ପ୍ରକାଶ କରିଛନ୍ତି। ଅଭିଲାଶ ଜଣେ ଅବାହିତ ଯୁବକ ହୋଇଥିବା ବେଲେ ତାଙ୍କୁ ବର୍ତମାନ ୨୬ ବର୍ଷ ବୟସ ହୋଇଥିବା ଜଣାପଡିଛି।