Odiapua.com

ଖଇରା ରଜ ମହୋତ୍ସବ ଉଦ୍ଘାଟିତ

ଖଇରା, ୧୪/୬ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ସୁନ୍ଦରପୁର ହାଇସ୍କୁଲ ପଡିଆରେ ବ୍ଲକ ସ୍ତରୀୟ ରଜ ମହୋତ୍ସବ ଉଦ୍ଘାଡିତ ହୋଇଯାଇଛି। ସକାଳେ କମିଟିର ସଭାପତି ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ରାଉତ ପତାକା ଉତ୍ତୋଳନ ପୂର୍ବକ ଏହାକୁ ଉଦ୍ଘାଟନ କରିଥିଲେ। ଆୟୋଜିତ ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ନରହରି ନାୟକ ଏଥିରେ ସଭାପତିତ୍ୱ କରିଥିଲେ। ଶରତ କୁମାର ବିଶ୍ୱାଳ, ଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ରାଉତ, ଉପେନ୍ଦ୍ର ପ୍ରସାଦ ଦାସ, ଶମ୍ଭୁନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପାଶ୍ଚାତ୍ୟ ସଭ୍ୟତାର ଉଗ୍ର ଆଧୁନିକତା ମଧ୍ୟରେ ଓଡିଶା ସଂସ୍କୃତି ହଜି ଯାଉଥିବାରୁ ଅତିଥି ମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଅପରହ୍ନରେ ରଜ କୁଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜୁନିୟରରେ ୧୦ଜଣ ଓ ସିନିୟରରେ ୨୧ଜଣ ଗାଲାରାଉଣ୍ଡକୁ ଉନ୍ନିତ ହୋଇଥିଲେ। ଶଶିକାନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ। ସନ୍ଧ୍ୟା୬ଟାରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କର ମଞ୍ଚରେ ଯୋଗ ଦେବାର କାର୍ଯ୍ୟକ୍ରମଥିଲା। ହେଲେ କୌଣସି କାରଣ ବସତ ବିଲମ୍ବରେ ସଭା ସ୍ଥଳରେ ପହଞ୍ଚିବା ପରେ ଦର୍ଶକ କମ୍ଥିବାର ଦେଖି ନାରାଜ ହୋଇ ପଡିଥିଲେ। ସେ ତାଙ୍କର ବ୍ୟସ୍ତତା ଦେଖାଇ ମଞ୍ଚ ତଳୁ ଫେରି ଆସିବା ପରେ କମିଟି ସଦସ୍ୟ ଓ ଉପସ୍ଥିତ ଗ୍ରାମବାସୀଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଥିଲା। ପରେ ମଞ୍ଚ ସମ୍ଭାଳିବା ପାଇଁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଥିଲା। ସୁରେନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଖଇରା ଅଞ୍ଚଳରୁ ବିଭିନ୍ନ ଖବରକାଗଜରେ ପ୍ରତିନିଧିତ୍ୱ କରୁଥିବା ବଳରାମ ପଣ୍ଡା, ଉତ୍କଳବନ୍ଧୁ ପଣ୍ଡା, କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ରଜ ପରମ୍ପରାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବୁଡି ଯାଉଥିବା ସଂସ୍କୃତିକୁ ପୁନରୁଥାନ ପାଇଁ ସୁନ୍ଦରପୁର ଦୋଳ ମହୋତ୍ସବ କମିଟିର ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ସମ୍ପାଦକ ବିଷ୍ଣୁପ୍ରସାଦ ମିଶ୍ର ବିବରଣୀ ପାଠ, ମହେଶ୍ୱର ବାରିକ ଅତିଥି ପରିଚୟ, ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କମିଟି ସଦସ୍ୟ ବିମଳେନ୍ଦୁ ଜେନା, ପ୍ରହଲ୍ଲାଦ ରାୟ, ପ୍ରଶାନ୍ତ କୁମାର ଦାସ, ବୁଦ୍ଧିରାମ ପାଣିଗ୍ରାହୀ, ବସନ୍ତ କୁମାର ପାଢୀ, ସୌଭାଗ୍ୟ ସାହୁ, ଚନ୍ଦ୍ରକାନ୍ତ କୁଅଁର, ନୃସିଂହ ପାଣି, ବିମନ ବାରିକ, ରାମକୃଷ୍ଣ ପାଢୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।