Odiapua.com

ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ୨ମୃତ

ଖଇରା, ୫/୫ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ଖଇରା ଥାନା କଡମିଆଁ ଗା୍ରମର ଗଦାଧର ପାଣି (୪୦) ଆଜି ଦିନ ପ୍ରାୟ ୧ଟା ସମୟରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଜଣାଯାଇଛି। ଖବରରୁ ଯାହା ଜଣାପଡିଛି ଶ୍ରୀ ପାଣି କିଛି ଦିନଧରି ଚାଷୀ ଋଣଜନିତ ଚିନ୍ତାରେ ଥିଲେ। ସେହି ଋଣ ଶୁଝିବା ଚିନ୍ତାରେ ସବୁବେଳେ ଚିନ୍ତା କରିକରି ନିଜର ଭାରସାମ୍ୟ ହରାଇ ଏଭଳି କରିଥିବାର ଜଣାପଡିଛି। ଶ୍ରୀ ପାଣିଙ୍କର ବିଧବା ପତ୍ନି ସହିତ ୨ ଝିଅ ଅଛନ୍ତି। ସେହିପରି ଉକ୍ତ ବ୍ଲକ ଓ ଉକ୍ତ ଥାନାର ଗୋବିନ୍ଦପୁର ପଞ୍ଚାୟତ ଜୟପୁର(ଉଚଡିହ)ଗ୍ରାମର ଚୈତନ୍ୟ ପରିଡା(୪୨) ନିଜଘରେ କୌଣସି କାରଣରୁ ବିଦ୍ୟୁତ ଆଘାତରେ ଆସିବାରୁ ପ୍ରାଣ ହରାଇଛନ୍ତି। ଉଭୟଙ୍କର ମୃତ୍ୟୁ ଖବରପାଇ ପୋଲିସ ମୃତଦେହ ଜବଦକରି ବ୍ୟବଛେଦ ନିମନ୍ତେ ପଠାଇଛି। ଶ୍ରୀ ପରିଡାଙ୍କର ବିଧବା ପତ୍ନୀ ସହିତ ୧ପୁଅ ଓ ୧ଝିଅ ଅଛନ୍ତି।