Odiapua.com

କ.ନୂଆଗାଁ ପଞ୍ଚାୟତ ସମିତି ବୈଠକରେ ସୀମିତ ରହିବନି ତ ବିକାଶ କାର୍ଯ୍ୟକ୍ରମ?ଆଉ କେତେଦିନ ବିକାଶ ର ଗୋଲାପି ଚିତ୍ରକୁ ଅପେକ୍ଷା ?

କ.ନୂଆଗାଁ-୨୪.୦୬(ଓଡିଆ ପୁଅ/ବେଣୁଧର ପଟ୍ଟନାୟକ) କ.ନୂଆଗାଁ ପଞ୍ଚାୟତ ସମିତି ତରଫରୁ ବ୍ଲକ୍ ସଭାଗୃହ ଠାରେ ଗତ ତା୨୧.୦୬.୨୦୧୯ରିଖ ରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନର ବାଲିଗୁଡା ବିଧାୟକ ଚକ୍ରମଣୀ କଂହରଙ୍କୁ ସମ୍ମାନୀତ କରାଯାଇ ଥିଲା।ବୈଠକରେ କୃଷ୍ଣମୋହନ ପାଣିଗ୍ରାହୀ ଜିଲ୍ଲାପରିଷଦ ସଭ୍ୟା ବିମଳା ଦିଗାଲ ସହକାରୀ ଯନ୍ତ୍ରୀ ଅରୁଣ ତ୍ରିପାଠୀଙ୍କ ସମେତ କ.ନୂଆଗାଁ ବ୍ଲକ୍ ର ୧୪ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ।ବୈଠକରେ କ .ନୂଆଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ମନୋଜ ତ୍ରିପାଠୀ ପପଞ୍ଚାୟତର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସରପଞ୍ଚ ଓ ସମିତିସଭ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଦିର୍ଘ ୧୯ବର୍ଷ ହେଲା କ.ନୂଆଗାଁ ବ୍ଲକ୍ ଶାସକ ବିଜୁ ଜନତା ଦଳ ଦଖଲ କରି ଆସୁଥିଲେ ମଧ୍ୟ ଅଞ୍ଚଳ ର ସମସ୍ୟା ସମାଧାନ ହୋଇପାରୁ ନାହିଁ।ଲୋକ ପ୍ରତିନିଧି ଓ ବ୍ଲକ୍ ପ୍ରଶାସନ ବାରମ୍ବାର ସମୀକ୍ଷା ବୈଠକ କରୁଛନ୍ତି କିନ୍ତୁ ବାସ୍ତବ ରେ ବିକାଶ ହୋଇ ପାରୁନାହିଁ।କ.ନୂଆଗାଁ ର ଦିର୍ଘ ଦିନର ସମସ୍ୟା ପାନୀୟ ଜଳ, ଏହାର ସମାଧାନ ପାଇଁ ଅଞ୍ଚଳବାସୀ ବାରମ୍ବାର ବ୍ଲକ୍ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୈଣସି ସ୍ଥାୟୀ ସମାଧାନ ହୋଇନାହିଁ। ଠିକ୍ ସେହିପରି ଶିକ୍ଷା,ସ୍ବାସ୍ଥ୍ୟ ଏବଂ ଗମନାଗମନ ସହ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ତେବେ ଏଠାରେ ଜନସାଧାରଣ ଆଶଙ୍କା କରୁଛନ୍ତି ବିକାଶ କାର୍ଯ୍ୟକ୍ରମ ସମିତି ବୈଠକରେ ସୀମିତ ରହିଯିବନି ତ,?ଏବଂ ବିକାଶର ଗୋଲାପି ଚିତ୍ର ଦେଖିବା ପାଇଁ ଆଉ କେତେଦିନ ଅପେକ୍ଷା କରିବାକୁ ପଡିବ।