Odiapua.com

କ୍ୱାରେନଟାଇନ୍ ସେଣ୍ଟରରେ ଯୋଗକଲେ ଅନ୍ତେବାସୀ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ବିଶ୍ୱବ୍ୟାପୀ ପାଳିତ ହୋଇଛି। ଏହି ଅବସରରେ ଆମ ଦେଶର ବିଭିନ୍ନ ସ୍ଥାନରେ ଏହି ଯୋଗଭ୍ୟାସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଆଜି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ୍ ନଗୁଆଁ କ୍ୱାରେନଟାଇନ୍ ସେଣ୍ଟରରେ ଥିବା ଅନ୍ତେବାସୀମାନେ ଏହି କାର୍ଯ୍ୟକ୍ରମରୁ ବାଦ୍ ପଡିନାହାଁନ୍ତି। ଏହି ସେଣ୍ଟରରେ ୨୩ ଜଣ ଅନ୍ତେବାସୀ ରହିଆସୁଥିବାବେଳେ ଏମାନଙ୍କୁ ୨ ଜଣ ଯୋଗ ଗୁରୁ ଆସି ଯୋଗ ଶିଖାଇବା ସହ ଯୋଗର ଉପକାରିତା ବିଷୟରେ ଅବଗତ କରାଇଥିଲେ। ଏଠାରେ ସୂଚନାଯୋଗ୍ୟ ପ୍ରତିବର୍ଷ ଜୁନ୍ ୨୧ ତାରିଖ (ଆଜିର ଦିବସକୁ) ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଇଆସୁଛି। ୨୦୧୫ ମସିହାରେ ପ୍ରଥମଥର ଲାଗି ଏହି ଯୋଗଦିବସ ପାଳନ କରାଯାଇଥିଲା।