Odiapua.com

କ୍ୱାରେଣ୍ଟାଇନରେ ସତର୍କତା ମୁଳକ ପଦକ୍ଷେପ

ହାଟଡିହି- ୮ /୫/ କରୋନା ସଂକ୍ରମଣକୁ ରୋକିବାକୁ ଏବେ ପ୍ରତି ପଞ୍ଚାୟତରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟର ମାନଙ୍କରେ କିଛି କିଛି ପ୍ରବାସୀ ଓଡିଆ ରହିବାକୁ ଆରମ୍ଭ କଲେଣି । ସେଥିପାଇଁ ସେଠାରେ ସେମାନଙ୍କୁ ଖାଦ୍ୟ, ପାନୀୟ ଆଦି ଯୋଗାଇ ଦେବାକୁ ନିୟୋଜିତ କର୍ମଚାରୀ ମାନେ ବ୍ୟାପକ ସତର୍କତା ଅବଲମ୍ବନ କରୁଛନ୍ତି । ଯଥେଷ୍ଟ ଦୁରତା ରକ୍ଷାକରି ଓ କରୋନା ପ୍ରତିହତ ପୋଷାକ ପରିଧାନ କରି ସେମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି । ଏବେ କଳିଗାଁରେ ୩୦ଜଣ, ଶାସଙ୍ଗରେ ୪ଜଣ, ବଞ୍ଚୋରେ ୩ଜଣ, ହାବଳେଶ୍ୱରରେ ୨୪ଜଣ, ବଡରମ୍ପାସରେ ୪ଜଣ, ଇଞ୍ଚୋଳରେ ୭ଜଣ, ସମଣାରେ କେରଳ ଫେରନ୍ତା ୨ଜଣ, ଷଡଙ୍ଗରେ ୩ଜଣ, ଢ଼େଙ୍କାରେ ୬ଜଣ, ବାଙ୍ଗୋରରେ ଜଣେ, ସଢ଼ାରେ କେରଳ ଓ ହାଇଦ୍ରାବାଦରୁ ଫେରନ୍ତା ୩ଜଣ, ମରୈଗାଁରେ ୩ଜଣ, ପଢ଼ିଆରିପଲ୍ଲୀରେ ୩ଜଣ, ପଞ୍ଚୁଗୋଛିଆରେ ୪୫ଜଣ ଥିବା ଜଣାଯାଇଛି ।