Odiapua.com

କ୍ୱାରେଣ୍ଟ।ଇନ ସେଣ୍ଟରରେ ସାପ କାମୁଡି ଦେଲା – ଜଣେ ପ୍ରବାସୀ ଗୁରୁତର

ବଲାଙ୍ଗୀର ୧୪-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଗ୍ରାମ କ୍ୱାରେଣ୍ଟ।ଇନ ସେଣ୍ଟର ରେ ଏକ ସାପ କାମୁଡାରେ ଜଣେ ପ୍ରବାସୀ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶଯେ ଯୁବକ ଜଣକ ଗତ ଛଅ ଦିନ ଧରି ସିନ୍ଧେକେଲା କ୍ୱାରେଣ୍ଟ।ଇନ ସେଣ୍ଟରରେ ରହିଥିବା ବେଳେ ଏକ ସାପ ଆସି ତାଙ୍କ ଗୋଡ଼ରେ ଛୋଟ ମାରି ଚାଲିଯାଇଥିଲା।

ଆମ୍ବୁଲାନ୍ସ ଯୋଗେ ଉକ୍ତ ଯୁବକଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟଚିକିତ୍ସାଳୟର ବେଡ଼ ନଂ-୨୬ ରେ ଭର୍ତ୍ତି କରାଯାଇଛି। ଏ ନେଇ ଡ଼ଃ ପ୍ରଦୀପ ନାୟକ ଉକ୍ତ ଯୁବକଙ୍କ ଚିକିତ୍ସା ଆରମ୍ଭ କରିଥିବା ବେଳେ ତାଙ୍କୁ ସ୍ଵତନ୍ତ୍ର ଭାବେ ରଖି ତାଙ୍କ ଚିକିତ୍ସା କରା ନ ଯିବାରୁ ଅନ୍ୟ ଚିକିତ୍ସାଧୀନ ରୋଗୀ ଭୟରେ ଅନ୍ୟତ୍ର ଚାଲିଯିବା ଓ ଏ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏଥିରୁ ସ୍ପଷ୍ଟ ଯେ ପ୍ରବାସୀ ଓଡ଼ିଆଙ୍କୁ କିପରି କ୍ୱାରେଣ୍ଟ।ଇନରେ ରଖିବା ବ୍ୟବସ୍ଥା କରାଯାଇଛି।