Odiapua.com

କ୍ୱାରେଟାଂଇନ କେନ୍ଦ୍ରରେ ଥିବା ମହିଳାଙ୍କର ପ୍ରସବ,ବିଡିଓ ଓ ଡାକ୍ତର ପହଁଚି ହସପିଟାଲ ନେଲେ

ମାଲକାନଗିରି,୧ା୬ (ଓଡିଆ ପୁଅ )ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରି ଯୋଗୁ ଲକଡାଉନ ହୋଇଥିବାରୁ ଫେରନ୍ତା ପ୍ରାବାସୀ ମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସଙ୍ଗରୋଧ ରେ ରଖାଯାଉଛି । ଠିକ ସେହି ପରି ଚିତ୍ରକୋଣ୍ଡା ବ୍ଲକସ୍ଥ ଗୁଠାଂଓ୍ୟାର୍ଡ ପଚାଂୟତର କ୍ୱାରେଟାଂଇନ କେନ୍ଦ୍ରରେ କନ୍ଧଗୁଡା ଗ୍ରାମର କିଛି ଫେରନ୍ତା ପ୍ରବାସୀ ଶ୍ରମିକ ରହୁଥିଲେ ,ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳା ଥିଲେ ।ଗତ କାଲି ଗୁଠାଂଓ୍ୟର୍ଡା ସଙ୍ଗରୋଧ କେନ୍ଦ୍ରରେ ଥିବା ମହିଳାଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା । ଏ ସଂପର୍କରେ କ୍ୱାରେଟାଂଇନ ଦାଇତ୍ୱରେ ଥିବା ଅଧିକାରୀ ତୁରନ୍ତ ଚିତ୍ରକୋଣ୍ଡା ବିଡିଓଙ୍କୁ ଜଣାଇଥିଲେ । ବିଡିଓ ଲରିମନ ଖୋସଲା , ଚିତ୍ରକୋଣ୍ଡା ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର କ୍ଷୀରୋଦଚନ୍ଦ୍ର ମହନ୍ତ ଙ୍କ ସହ ଆମ୍ବୁଲାନ୍ସ ନେଇ ପହଁଚିଥିଲେ । ସେହି କ୍ୱାରେଟାଂଇନ କେନ୍ଦ୍ରରେ ହିଁ ମହିଳା ଏକ ଶିଶୁପୁତ୍ର କୁ ଜନ୍ମଦେଇଥିଲେ । ପରେ ମା ଓ ଶିଶୁ ପୁତ୍ରଙ୍କୁ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ହସପିଟାଲକୁ ନିଆଯାଇ ଏକ ସ୍ୱତନ୍ତ୍ର କୋଠରୀରେ ରଖା ଯାଇ ଚିକିତ୍ସା କରା ଯାଉଛି, ମା ଓ ଶିଶୁପୁତ୍ର ସୁସ୍ଥ ଥିବାର ଜଣାପଡିଛି ।ଏହି ଖବର ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଜାଣିବାପରେ ମହିଳାଙ୍କୁ ରେଡକ୍ରସ ଫଣ୍ଡରୁ ପାଚଂହଜାର ଟଙ୍କା ସହାୟତା ଯୋଗାଇ ଦେବା ସହ ମହିଳା ଙ୍କର ଚିକିତ୍ସା ବ୍ୟବସ୍ଥା ମାଗଣାରେ କରିବା ପାଇଁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି । କ୍ୱାରେଟାଂଇନ (ସଙ୍ଗରୋଧ ) କେନ୍ଦ୍ରରେ ଶିଶୁଟି ଜନ୍ମ ହୋଇଥିବାରୁ କିଏ କହୁଛି ଶିଶୁଟିର ନାମ କ୍ୱାରେଟାଂଇନ ଦେବା ତ ଆଉ କିଏ କହୁଛି ସଂଘର୍ଷ ଦିଆ ଯାଉ ।