Odiapua.com

କ୍ୱାରାଣ୍ଟାଇନ ସେଣ୍ଟରରେ ନରହିବାରୁ ଗ୍ରାମରେ ଉତ୍ତେଜନା : ଗ୍ରାମ ସଂଯୋଗ ରାସ୍ତାରେ ବସିଲା ବାଡ଼

ବାହାନଗା,୨୩ା୫(ଭାରତୀ ଦାସ , ଓଡ଼ିଆ ପୁଅ)- କରୋନା ପାଇଁ ଦେଶ ଠାରୁ ଅରମ୍ଭ କରି ରାଜ୍ୟ, ଜିଲ୍ଲା ଗାଁ ଗଣ୍ଡା ପର୍ଯ୍ୟନ୍ତ ସମସ୍ତେ ସଚେତନ ଥିବା ବେଳେ ସରକାରଙ୍କର ପ୍ରଦତ୍ତ ନିୟମ ମାନି ମୁକାବିଲାରେ ସାମିଲ ହେଉଥିବା ବେଳେ କିଛି ଅମାନିଆ ନମାନି ଗାଁରେ ବୁଲାବୁଲି କରୁଥିବାରୁ ଗାଁରେ ଉତ୍ତେଜନା ଦେଖା ଦେବା ସହ ରାସ୍ତାକୁ ଅବରୋଧ କରିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ବାଜିପୁର ଗ୍ରାମରେ । ବାଜିପୁର ଗ୍ରାମର କିଛି ପ୍ରବାସୀ ମହାରାଷ୍ଟ୍ରରୁ ଫେରି ଗ୍ରାମରେ ଏଣେତେଣେ ବୁଲୁଛନ୍ତି । ତାଙ୍କୁ କହିବାରୁ ସେ ଅମାନିଆ ହୋଇ ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରହିବେ ନାହିଁ ବୋଲି ମନାକରି ବିଭିନ୍ନ ପ୍ରକାର ଧମକ ଚମକ ଦେଉଛନ୍ତି । ଫଳରେ ଗାଁ ଲୋକେ ଏକତ୍ରିତ ହୋଇ ଗ୍ରାମର ରାସ୍ତା ଗୁଡ଼ିକ କଣ୍ଟବାଡତ କେଉଁଠି କାଠ ଗଡ଼ି ଦେଇ ରାସ୍ତା ବନ୍ଦ କରିଛନ୍ତି । ଫଳରେ ଲୋକେ ବାହାରି ନପାରି ନା ହିଁ ନଥିବାର ଅସୁବିଧାରେ ପଡ଼ୁଛନ୍ତି । ଫଳରେ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି । ଗ୍ରାମବାସୀ ମାନେ ଏକତ୍ରିତ ହୋଇ ଏହାର ମୁକାବିଲା କରୁଥିବାର ଦେଖା ଯାଇଛି । କରୋନା ଭଳି ମହାମାରୀ ମୁକାବିଲା ପାଇଁ ସରକାର ବହୁ ଅର୍ଥ ବ୍ୟୟ କରି ଲୋକଙ୍କୁ ସୁରକ୍ଷିତ ରଖୁଥିବା ପାଇଁ ପଦକ୍ଷେପ ନେଉଥିବା ବେଳେ ଏମମିତି ଅମାନିଆ କାର୍ଯ୍ୟ ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଖେଳିବା ସହ ସାଧାରଣରେ ଚର୍ଚ୍ଚା ଧରିଛି ।