Odiapua.com

କ୍ୟାବ ଡ୍ରାଇଭରଙ୍କୁ ଡେଇଁ ଡେଇଁ ଭୟଙ୍କର ମାଡ଼ ମାରୁଛି ଏହି ଝିଅଟି, ହେଲେ କାହିଁକି? ଭିଡିଓ ଦେଖି କୁହନ୍ତୁ କାହାର ଭୁଲ

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ) କ୍ୟାବ ଡ୍ରାଇଭରଙ୍କୁ ଡେଇଁ ଡେଇଁ ଭୟଙ୍କର ମାଡ଼ ମାରୁଛି ଏହି ଝିଅଟି, ହେଲେ କାହିଁକି? ଭିଡିଓ ଦେଖି କୁହନ୍ତୁ କାହାର ଭୁଲ, ଆପଣ ପଛରେ ମନ୍ତବ୍ୟ ଦେବେ ପ୍ରଥମେ ଆପଣଙ୍କୁ ଦୁଇଟି ଯାକ ଭିଡ଼ିଓ ଦେଖିବାକୁ ପଡ଼ିବ।

ଜଣେ ଯୁବତୀ କ୍ୟାବ ଡ୍ରାଇଭରଙ୍କୁ ମାଡ ମାରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଥମେ ଆପଣ ଭାବିବେ ନିଶ୍ଚିତ ଭାବରେ ଯୁବକର ଭୁଲ ଥିବ ତେଣୁ ସେ ମାଡ଼ ଖାଉଛି, ଖାଉଥାଉ। କିନ୍ତୁ ଯୁବକ ଜଣକ ହାତ ଉଠାଉ ନାହିଁ ମାଡ଼ ଖାଇ ଚାଲିଛି। କିଛି ଲୋକ ଏଠି ପ୍ରକୃତରେ କ’ଣ ହେଇଛି ତାହା ଜାଣିପାରୁ ନାହାଁନ୍ତି। ତେବେ ପରେ ଏକ ସିସିଟିଭି ଫୁଟେଜ୍‌ ଆସିଛି ତାହା ଦେଖିବା ପରେ ଦର୍ଶକଙ୍କର ଉଗ୍ର ରୂପୀ ଝିଅଟିକୁ ଗିରଫ କରିବା ପାଇଁ ଏବେ ହାସ୍‌ଟ୍ୟାଗ୍‌ ଏବେ ସୋସିଆଲ୍‌ ମିଡ଼ିଆରେ ଟ୍ରେଣ୍ଡ କରିବାରେ ଲାଗିଛି।

ଘଟଣାଟି ଏହି ପରି
ଜଣେ ଯୁବତୀ ଲକ୍ଷ୍ନୌ ସହରର ଏକ ଜେବ୍ରା କ୍ରସିଂ, ଗ୍ରୀନ୍‌ ଲାଇଟ୍ ଥିବା ସମୟରେ କ୍ରସ୍‌ କରୁଥିଲା। ଯେହେତୁ ଗ୍ରିନ୍‌ ସିଗ୍‌ନାଲ ଅଛି ସେଥିପାଇଁ ବାହନଗୁଡ଼ିକ ଯାତାୟତ କରୁଥିଲେ। କିନ୍ତୁ ଯୁବତୀର ଭୁଲ ଥିଲାଯେ, ବାହନ ପାଇଁ ଗ୍ରିନ୍‌ ସିଗ୍‌ନାଲ ଥିବା ସମୟରେ ସେ ରୋଡ୍‌ କ୍ରସ୍‌ କରୁଥିଲା। ଇତି ମଧ୍ୟରେ ଗୋଟିଏ ଓଲା କ୍ୟାବ୍‌ ଯୁବତୀ ସାମ୍‌ନାରେ ବ୍ରେକ୍‌ ମାରି ରହିଯାଇଥିଲା। ବୋଧ ହୁଏ ସେହି କାରଟି ଯୁବତୀକୁ ବ୍ରେକ୍‌ ମାରିନଥିଲେ ଧକ୍କା ଦେଇଥାନ୍ତା। ଏଥିରେ କ୍ୟାବ୍‌ ଡ୍ରାଇଭର୍‌ ନିଜ କାମ ଠିକ୍‌ କରିଥିଲା। ସେ କାର ସାମନାକୁ ଆସିଥିବା ଯୁବତୀକୁ ବ୍ରେକମାରି ବଞ୍ଚାଇଥିଲା। ନଚେତ୍‌ ଯୁବତୀ ସହ ଦୁର୍ଘଟଣା ହୋଇଥାନ୍ତା। ଏହା ପରେ ଯୁବତୀ ଜଣକ ରାଗିଯାଇ କ୍ୟାବ୍‌ ଡ୍ରାଇଭରକୁ କ୍ୟାବ୍ ବାହାରକୁ ଡାକିଆଣି ମାଡ଼ମାରିବାରେ ଲାଗିଥିଲା। ଏହାଦ୍ୱାରା ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଥିଲା। ଡ୍ରାଇଭରଙ୍କୁ ଧକ୍କା ଦେଇ ଯୁବତୀ ଚିତ୍କାର କରୁଥିଲା। ଏହି ସମୟରେ ଉତ୍ତେଜନା ଜାରି ରହିଥିବା ବେଳେ ଜଣେ ଟ୍ରାଫିକ ପୋଲିସ ଆସି ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ। ତଥାପି, ସେ ତଥାପି ଡ୍ରାଇଭରକୁ ମାରିବା ବନ୍ଦ କରୁନଥିଲା। ଏହା ପରେ ଯୁବତୀ ଜଣକ ମଧ୍ୟ ତା’ ଫୋନକୁ ଭାଙ୍ଗି ଦେଇଥିଲା। ଏହି ଭିଡିଓରେ ଶୁଣିବାକୁ ମିଳୁଛି ଯେ, ଅନେକ ଲୋକ କହୁଛନ୍ତି ଯେ ଏହି ଝିଅଟି ଅଭଦ୍ର ଅଟେ। ଆହୁରି ମଧ୍ୟ, ଜଣେ କହୁଛନ୍ତି, ପୁଅ ଏତେ ସମୟଧରି ଯଦି ଝିଅକୁ ପିଟୁଥାନ୍ତା ତେବେ ଲୋକମାନେ କଣ କରିଥାନ୍ତେ?” କେତେକ ସମାନ ପ୍ରଶ୍ନ ପଚାରୁଛନ୍ତି।

ଭିଡ଼ରେ ଠିଆ ହୋଇଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏହି ଭିଡିଓ ରେକର୍ଡ କରାଯାଇଥିଲା। କ୍ୟାବ ଡ୍ରାଇଭର ନିବେଦନ କରି କହିଛନ୍ତି ଯେ କେହି ଜଣେ ମହିଳା ପୋଲିସକୁ ଡାକନ୍ତୁ। ସଙ୍ଗେ ସଙ୍ଗେ ଜଣେ ପୁରୁଷ ଭିତରକୁ ଆସି ଝିଅକୁ ଅଟକାଇବାକୁ ଚେଷ୍ଟା କଲେ, କିନ୍ତୁ ସେ ମଧ୍ୟ ମଧ୍ୟସ୍ଥି ପୁରୁଷକୁ ପିଟିବାକୁ ଲାଗିଥିଲା।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଝିଅଟିକୁ ଗିରଫ କରିବାକୁ ଦାବି କରୁଛନ୍ତି ଦର୍ଶକ। ଏହି ଭିଡିଓ ସେୟାର କରିବା ସହ କିଛି ଲୋକ ଲେଖୁଛନ୍ତି “ଏହା କ’ଣ ମହିଳା ସଶକ୍ତିକରଣ ?” କେତେକ ସମାନ ପ୍ରଶ୍ନ ପଚାରିଛନ୍ତି। ଜଣେ ଯୁବତୀ କହିଛନ୍ତି, “ଏହି ଯୁବତୀ ଯାହା କରିଛନ୍ତି ତାହା କେହି ସମର୍ଥନ କରିବେ ନାହିଁ। ସେ ସମ୍ପୂର୍ଣ୍ଣ ଭୁଲ୍। ସେ ମଧ୍ୟସ୍ଥିଙ୍କୁ ମଧ୍ୟ ମାଡ ମାରିଛନ୍ତି। ଏହି ଯୁବତୀ ଜଣକ ଅଭିଯୁକ୍ତ।”

ଆପଣ ଏହି ଭିଡ଼ିଓ ଦ୍ୱୟକୁ ଦେଖନ୍ତୁ