Odiapua.com

କ୍ୟାନସର ମୁକ୍ତ ରାଷ୍ଟ୍ର ଗଠନ ମାରୱାଡ଼ି ଯୁବ ମଂଚର ଲକ୍ଷ୍ୟ, ମେଗା ଶିବିର ଅଗଷ୍ଟ ୨୬ରେ

ରାଉରକେଲା ୨୫-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ମାରୱାଡ଼ି ଯୁବ ମଂଚ ଜାଗୃତି ଶାଖା ରାଉରକେଲା ଏପରି ଏକ ସଂସ୍ଥା, ଯାହାକି ମାରୱାଡ଼ି ମହିଳା ମାନଙ୍କ ଦ୍ୱାରା ସଂଚାଳିତ ହେଉଛି ଏବଂ ଅଖିଳ ଭାରତୀୟ ମାରୱାଡ଼ି ଯୁବ ମଂଚ ଦ୍ୱାରା ମାନ୍ୟତା ପ୍ରାପ୍ତ ଅଟେ। ୫ବର୍ଷରୁ ଉର୍ଦ୍ଧ ସମୟ ଡଧରି ଅଖିଳ ଭାରତୀୟ ମାରୱାଡ଼ି ଯୁବ ମଂଚ କ୍ୟାନସର ମୁକ୍ତ ଭାରତ ଅଭିଯାନର ଆୟୋଜନ ଚଳାଇ ଆସୁଅଛି। ଏକ ବୃହତ କ୍ୟାନସର ଯାଂଚ ଗାଡ଼ିରେ ବିଭିନ୍ନ ପ୍ରକାର କ୍ୟାନସର ଦୂରିଭୂତ ଉପକରଣ ଲଗାଯାଇଛି, ଯାହାଦ୍ୱାରା ୯ରୁ ୧୦ ପ୍ରକାର କ୍ୟାନସର ରୋଗର ନିଦାନ କରାଯାଉଛି। କ୍ୟାନସରକୁ ପ୍ରଥମ ଚରଣରେ ଚିହ୍ନଟ କରି ପାରିଲେ କ୍ୟାନସରର ଭୟାବହତାରୁ ରକ୍ଷା ମିଳିପାରିବ। କ୍ୟାନସର ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାରୱାଡ଼ି ଯୁବ ମଂଚ ଜାଗୃତି ଶାଖା ରାଉରକେଲା ପକ୍ଷରୁ ଚଳିତ ମାସ ଅଗଷ୍ଟ ୨୬ ତାରିଖସକାଳ ୧୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ରାଉରକେଲାର ବ୍ରାହ୍ମଣୀ କ୍ଲବ ପରିସରରେ ଏକ ମେଗା ନିଶ୍କୁକ କ୍ୟାନସର ଚିକିତ୍ସା ଶିବିରର ଆୟୋଜନ କରାଯାଉଛି ବୋଲି ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି କ୍ୟାନସର ଚିକିତ୍ସା ଶିବିରରେ ପାରାମେଡ଼ିକାଲ ଷ୍ଟାଫ ଏବଂ ମୁଖ୍ୟ ପାରାମେଡ଼ିକାଲ ଷ୍ଟାଫ ମାନଙ୍କ ସହିତ ଜଣେ ଦନ୍ତ ବିଶେଷଜ୍ଞ ଡାକ୍ତର ଏବଂ ମହିଳା ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ଶିବିରକୁ ଆସୁଥିବା ଲୋକ ମାନଙ୍କ ଯାଂଚ କରିବେ। ପ୍ରକାଶ ଥାଉକି ଅଖିଳ ଭାରତୀୟ ମାରୱାଡ଼ି ଯୁବ ମଂଚ ଏହା ମଧ୍ୟରେ ଏଭଳି ୯୦୦ରୁ ୧୦୦୦ ଶିବିରର ଆୟୋଜନ କରି ସାରିଥିବା ବେଳେ, ୧ଲକ୍ଷ ୫୦ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ୩୦୦୦ ହଜାର ବ୍ୟକ୍ତିଙ୍କ ପ୍ରଥମ ସୋପାନରେ ହୋଇଥିବା କ୍ୟାନସରର ସଫଳ ଚିକିତ୍ସା କରାଯାଇଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାରୱାଡ଼ି ଯୁବ ମଂଚ ଜାଗୃତି ଶାଖା ରାଉରକେଲା ପକ୍ଷରୁ ଅଧ୍ୟକ୍ଷା ନୈନା ଅଗ୍ରୱାଲ, ପୂର୍ବତନ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମାରୋଠିଆ, ନୀରା ଜିନ୍ଦଲ, ମିଦୁଲା ମାରୋଠିଆ, ମୀନା ମିତଲ, ସୁନିତା ଗୁପ୍ତାଙ୍କ ସମେତ ଗଣେଶ ଅଗ୍ରୱାଲ ଓ ରାଜ୍ୟ ମହାମନ୍ତ୍ରୀ ଅଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।