Odiapua.com

କ୍ଷେତ୍ରୀୟ ସମ୍ପ୍ରଦାୟ ପକ୍ଷରୁ କରୱାଚୋତ୍ ପାଳିତ

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କ୍ଷେତ୍ରୀୟ ସମ୍ପ୍ରଦାୟ ମହିଳା ମାନଙ୍କ ପ୍ରମୁଖ ପର୍ବ କରୱାଚୋତ୍ ବୁଧବାର ରାତ୍ରରେ ପାଳିତ ହୋଇଛି । ସ୍ୱାମୀଙ୍କ ଦୀର୍ଘାୟୁ ଓ ପରିବାରର ସୁଖ ଶାନ୍ତି କାମନା କରି ମହିଳା ମାନେ ଏହି ବ୍ରତ ପାଳନ କରିଥାନ୍ତି । କୁମାର ପୂର୍ଣ୍ଣମୀ ର ଚତୁର୍ଥ ଦିନର ଏହି ବ୍ରତ ପାଳନ କରାଯାଏ । ଭଦ୍ରକ ଜିଲ୍ଲା ବି.ଟି.ପୁର ଗ୍ରାମର ମହିଳା ମାନେ ସ୍ଥାନୀୟ ଶିରିଡ଼ି ରାମେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ବ୍ରତଧାରୀ ମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ ଗୋବରରେ ନିର୍ମିତ ପାର୍ବତୀ ଠାକୁରଙ୍କୁ ପୂଜାଚ୍ଚ୍‌ର୍ନା କରିଥାନ୍ତି । ଅର୍ଘ୍ୟ ଟେକି ଚାଲୁଣୀ ସାହାର୍ଯ୍ୟରେ ଚନ୍ଦ୍ର ଦର୍ଶନ ପରେ ମଠୁରୀ ଭୋଗ ଲଗାଇ ବନ୍ଦାଣ ପୂର୍ବକ ବ୍ରତ ଭଙ୍ଗାଯାଏ । ଶେଷରେ ସ୍ୱାମୀଙ୍କୁ ଜୁହାର କରି ଦୀର୍ଘାୟୁ କାମନା କରିଥାନ୍ତି ବ୍ରତଧାରୀ ମହିଳା ମାନେ । ବ୍ରତଧାରୀ ସଧବା ନାରୀ ଭାନୁମତି ସିଂହ, ସୁଭଦ୍ରା ସିଂହ, ସୁନିତା ରାଜ, ଅପର୍ଣ୍ଣା ସିଂହ, ସ୍ମରିତା ସିଂହ, ଗିତାଞ୍ଜଳି ଦାସ, ସେବତି ସିଂହ, ରାଜଲକ୍ଷ୍ମୀ ସିଂହ, ନୀତୁବାଳା ସିଂହ, ଆରତି ରାମ, ଲକ୍ଷ୍ମୀପ୍ରିୟା ସିଂହ, ରଶ୍ମିରେଖା ସିଂହ, ନିହାରିକା ସିଂହ,ଆରତି ସିଂହ, ବୁନୁ ଦାସ, ମଞ୍ଜୁଲତା ସିଂହ, ସାବିତ୍ରୀ ସିଂହ ପ୍ରମୁଖ ପୂଜାରେ ସାମିଲ ଥିଲେ । ଏହି ପୂଜା ପାଇଁ ଶିରିଡ଼ି ରାମେଶ୍ୱର ମନ୍ଦିରକୁ ସଜା ଯାଇଥିଲା । ମନ୍ଦିର ପରିଚାଳନା କମିଟିର ସପନ ସିଂହ, ରଞ୍ଜନ କୁମାର ସିଂହ, ଭାବ ବିନୋଦ ରାୟ, ଶରତ ସିଂହ, ରଞ୍ଜିତ ସିଂହ, ରାକେଶ ସିଂହ, ଲଟ ରାମ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପୂଜା ପାଇଁ ମନ୍ଦିର ପରିସର ଉତ୍ସବ ମୁଖର ହୋଇଥିଲା । ଏଥିସହ ସ୍ଥାନୀୟ ରଘୁନାଥଜିୟୁ ମନ୍ଦିର ଏବଂ ପୃଥିରାଜ ଦାସଙ୍କ ବାସ ଭବନରେ ଏହି ପର୍ବ ପାଳନ କରାଯାଇଛି ।