Odiapua.com

କ୍ଷେତ୍ରବାସୀ ସରକାରୀ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍‌ର ଚୁନିଦାସ୍ଥିତ କ୍ଷେତ୍ରବାସୀ ସରକାରୀ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଭୀମସେନ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉଦ୍‌ଘାଟକ ଭାବେ ଜିଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ମୁଖ୍ୟ ଅତିଥି ଭାବେ ଇଂ ଅଭୟ ସୂତାର, ସମ୍ମାନିତ ଅତିଥି ଭାବେ ସରପଂଚ ନିରଞ୍ଜନ ମଲ୍ଲିକ, ଶିକ୍ଷକ ନେତା ବାବୁଲା ରାଉତ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ, ରଶ୍ମିରେଖା ପରମାଣିକ, ସାମାଜିକ କର୍ମୀ ଗୌରଗାପାଳ ଜେନା, ଜଗନ୍ନାଥ ରାୟ, ନିତ୍ୟାନନ୍ଦ ସାମଲ ପ୍ରମୁଖ ଯୋଗଦେଇ ପ୍ରାକ୍ତନ କ୍ରୀଡା ଶିକ୍ଷକ ତଥା ଜିଲା କ୍ରୀଡା ଶିକ୍ଷାଧିକାରୀ ମାନସ କୁମାର ରାଉତ ଏବଂ ଶିକ୍ଷା କର୍ମଚାରୀ ରମାକାନ୍ତ ରାଉତଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ । ଏବଂ ଏହି ଶିକ୍ଷାନୁଷ୍ଠାନରୁ ନିଜର ଚାକିରୀ ଜୀବନ ଆରମ୍ଭ କରି କେବଳ ଛାତ୍ରଛାତ୍ରୀ ନୁହଁନ୍ତି, ସମସ୍ତ ଶିକ୍ଷାକର୍ମୀ ଓ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଶ୍ରଦ୍ଧାଭାଜନ ହୋଇ ଭାଇଚାରା ରଖି ଗୋଟିଏ ସ୍ଥାନରୁ ଅବସର ନେବାଭଳି ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ଘଟିନଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସମିତି ସଭ୍ୟ ନିତ୍ୟାନନ୍ଦ ବେହେରା, କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉତ୍ସବ ଶେଷରେ ବହୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାକର୍ମୀ ଓ ଗ୍ରାମବାସୀମାନେ ଦୁଇଜଣଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ବାଣ, ରୋଷଣି, ବାଦ୍ୟ ମଧ୍ୟରେ ସ୍ଥାନୀୟ ଅଂଚଳ ପରିକ୍ରମା କରାଯାଇ ସେମାନଙ୍କ ବାସଭବନରେ ଛାଡିଥିଲେ ।