Odiapua.com

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ଜମିପଟ୍ଟା ଓ ନାମଲେଖା ପାଉଣା ନେଇ ପ୍ରତିବାଦ

ନିରାକାରପୁର, ୨୦.୮ (ଓଡ଼ିଆ ପୁଅ) ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ନାମରେ ସ୍ଥାୟୀ ପଟ୍ଟା ନ ହୋଇଥିବାରୁ, ବହୁବାର ସରକାରଙ୍କ ପାଖେ ସ୍ଥାନୀୟ ଜନପ୍ରତିନିଧି ଓ ଛାତ୍ରଛାତ୍ରୀ ଦାବି କରିଥିଲେ ହେଁ ଏପର୍ଯ୍ୟନ୍ତ ପଟ୍ଟା ନ ହୋଇଥିବାରୁ ସମସ୍ତ ଛାତ୍ରଛାତ୍ରୀ, ଓ ଜନ ପ୍ରତିନିଧି, ଗ୍ରାମବାସୀ ଙ୍କ ମନରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହ ଏ ବର୍ଷର ନାମଲେଖା ପାଉଣାକୁ ନେଇ ପିଣ୍ଟୁ ବେହେରା, ସମିତି ସଭ୍ୟ ଶୁଭମ୍ ଦାଶ, ପୂର୍ବତନ ସରପଞ୍ଚ ବିପିନ୍ ଜୟ ସିଂହ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର କୁମାର ରାଉତରାୟଙ୍କ ସମେତ ପୁରାତନ ଛାତ୍ର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀମାନେ ଅଧ୍ୟକ୍ଷଙ୍କୁ ଭେଟି ତାଙ୍କ ମାଧ୍ୟମରେ ପଟ୍ଟାପାଇଁ ଏବଂ ନାମଲେଖା ପାଉଣାକୁ କମେଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।