Odiapua.com

କ୍ଷତବିକ୍ଷତ ଅବସ୍ଥାରେ ହରିଣଛୁଆକୁ ଉଦ୍ଧାର କଲା ବନବିଭାଗ

ମାଲକାନଗିରି,୩୦ା୧୨ (ଓଡିଆ ପୁଅ ) କ୍ଷତବିକ୍ଷତ ଅବସ୍ଥାରେ ଗୋଟିଏ ହରିଣ ଛୁଆ ମାଲକାନଗିରି ଏମଭି୧୨୬ ଗାଁଭିତରକୁ ପଳାଇ ଆସି ସେହି ଗ୍ରାମର ସୁରଜିତ ଙ୍କ ଘରଭିତରକୁ  ନିଜ ଜୀବନ ବଚାଂଇବା ପାଇଁ ପସିଯାଇ ଥିଲା । ହଟାତ ଏକ ହରିଣ ଛୁଆ ଘରଭିତରକୁ ପ୍ରବେଶ କରିବା ଦେଖି ସୁରଜିତଙ୍କ ପରିବାର ଚକିତ ହୋଇ ଯାଇଥିଲେ ,ବନ୍ୟପ୍ରାଣୀ ଘରେ ରଖିଲେ ଆଇନ ଅନୁସାରେ ଦଣ୍ଡିତ ହେବା  ଭୟରେ ସୁରଜିତ ବନବିଭାଗକୁ ଫୋନ କରି ଏ ସଂପର୍କରେ ଜଣାଇଥିଲେ । କାଲିମେଳା ବନ ବିଭାଗ କର୍ମଚାରୀ ମାନେ ଏମଭି୧୨୬ଗ୍ରାମରେ ପହଁଚି ହରିଣଛୁଆ କୁ ଉଦ୍ଧାର କରି ନେଇଯାଇ କାଲିମେଳା ପ୍ରଣୀଚିକିତ୍ସାଳୟ ରେ ଚିକିତ୍ସା କରିଛନ୍ତି । ହରିଣ ଛୁଆଟି ସୁସ୍ଥହୋଇଗଲା ପରେ ତାକୁ ଆଜି ସନ୍ଧ୍ୟାରେ ଜଙ୍ଗଲରେ ଛାଡିଦିଆଯାଇଛି ବୋଲି କାଲିମେଳା ବନାଚଂଳ ଅଧିକାରୀ ରାମଚନ୍ଦ୍ର ମାଡକାମୀ କହିଛନ୍ତି ।ସୁଚନା ଯୋଗ୍ୟ ଯେ  ମାଲକାନଗିରି ଜିଲ୍ଲା ଆଗରୁ ସବୁଜବନାନୀ  ବଣ ଜଙ୍ଗଲ ଘେରାରେ ଥିବାରୁ ବନ୍ୟପ୍ରାଣୀ ଶରିସୃପ ମାନେ ବିନା ବାଧାରେ ବଣ ଜଙ୍ଗଲରେ ରହୁଥିଲେ । ସମ୍ପ୍ରତି ମାଲକାନଗିରି ସହର ନିକଟରେ ଧିରେ ଧିରେ ଜଙ୍ଗଲ ଅବକ୍ଷୟ ହୋଇ ଏବେ ସବୁଜ ବନାନୀ ବଦଳରେ ବଣଜଙ୍ଗଲ ପାହଡ ତଳେ କଂକ୍ରୀଟ ଜଙ୍ଗଲ ସୃଷ୍ଟି ହେଲାଣି, ବଣଜଙ୍ଗଲ ସବୁ ଧିରେ ଧିରେ ଧ୍ୱସଂହେବାକୁ ବସିଲାଣି, ବନ୍ୟଜନ୍ତୁ ଓ ଶରୀସୃପ ମାନଙ୍କର ବାସସ୍ଥଳି ବଦଳରେ ସଭ୍ୟଶିକ୍ଷିତ ମଣିଷଙ୍କ କୋଠାଘର ଦେଖିବାକୁ ମିଳୁଛି, ସେମାନଙ୍କ ବାସସ୍ଥାନ ନଷ୍ଟ ହୋଇ ଯାଉଥିବାରୁ ବନ୍ୟଜନ୍ତୁ ସହିତ  ଅନ୍ୟାନ ଶରୀସୃପ ମାନେ ଏବେ ସହରମୁଖା ହେବାକୁ ଲାଗିଲେଣି ।