Odiapua.com

କ୍ରୀଡା ଯୁବସେବା ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ, ୫୦ ଶଯ୍ୟା ବିଶିଷ୍ଟ କ୍ରୀଡା ଛାତ୍ରୀ ନିବାସ ଶିଳାନ୍ୟାସ

ମାଲକାନଗିରି, ୩୦ା୧୦ (ଓଡିଆ ପୁଅ )ରାଜ୍ୟ କ୍ରୀଡା ଯୁବସେବା ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମାଲକାନଗିରି ଜିଲ୍ଲାକୁ ଗସ୍ତକରି ୫୦ଶଯ୍ୟା ବିଶିଷ୍ଟ କ୍ରୀଡା ଛାତ୍ରୀ ନିବାସର ଶିଳାନ୍ୟାସ କରିଛନ୍ତି। ମନ୍ତ୍ରୀ ଶ୍ରୀ ବେହେରା ପହଁଚିବାପରେ ସ୍ଥାନୀୟ ସର୍କିଟହାଉସ ଠାରେ ବିଜେଡି ଦଳିୟ ନେତା ଓ କର୍ମୀମାନଙ୍କ ସହିତ ସାଙ୍ଗଠନିକ କାର୍ଯ୍ୟଉପରେ ଆଲୋଚନା କରିଥିଲେ।ଜିଲ୍ଲାସଦର ମହକୁମା ଠାରେ ଥିବା ଷ୍ଟାଡିୟମ ପରିସରରେ କ୍ରୀଡା କମ୍ଲେକ୍ସ ପରିସରରେ ନୂତନ ଭାବେ ୫୦ ଶଯ୍ୟା ବିଶିଷ୍ଟ କ୍ରୀଡା ଛାତ୍ରୀ ନିବାସର ଶିଳାନ୍ୟାସ କରିଥିଲେ। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ବେହେରା ଯୋଗଦେଇ ଜିଲ୍ଲାର ଆଦିବାସୀ ହରିଜନ ଛାତ୍ର ଛାତ୍ରୀ ମାନେ ରାଜ୍ୟ, ଜାତୀୟସ୍ତରରେ କ୍ରୀଡା ପ୍ରତି ଯୋଗୀତାରେ ଭାଗନେଇ ବୀଜୟ ହଲାକରି ଜିଲ୍ଲାର ଗୌରବଢାଇଛନ୍ତି। ଏଠାରେ କେବଳ କ୍ରୀଡା ଛତ୍ରବାସ ଟିଏ ରହିଛି, ଛାତ୍ରୀ ମାନଙ୍କୁ କ୍ରୀଡା କ୍ଷେତ୍ରେରେ ଆଗେଇ ନେବା ପାଇଁ ନୁତନ ଭେବ ଛାତ୍ରୀନିବାସ ଟିଏ ପ୍ରତିଷ୍ଟା କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି, ମାଲକାନଗିରି ବିଧାୟକ ମାନସ ମାଡକାମି, ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ, ପୂର୍ତ ଗୃହ ନିର୍ମାଣ ନିବାର୍ହି ଯନ୍ତ୍ରୀ ଇଂ ଅରୁଣକୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢେଇ, ପ୍ରମୁଖ ଯୋଗଦେଇଥିଲେ।