Odiapua.com

କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ, ଯୋଜନା ବୋର୍ଡ ବୈଠକରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମିକ୍ଷା

ମାଲକାନଗିରି,୨୪ା୧୨(ଓଡିଆ ପୁଅ ) ରାଜ୍ୟ କ୍ରଡୀ ଯୁବବ୍ୟାପର ମନ୍ତ୍ରୀ ତୁଷାରକାନ୍ତି ବେହେରା ୨ଦିନିୟା  ମାଲକାନଗିରି ଜିଲ୍ଲାଗସ୍ତରେ ଆଜି ଆସି ପହଁଚି ଛନ୍ତି ।  ଆଜି ଅପରାହ୍ନରେ ମାଲକାନଗିରି ଜିଲ୍ଲାଗ୍ରାମ୍ୟଉନ୍ନୟନ ସଂସ୍ଥା ସଭାଗୃହରେ ଜିଲ୍ଲାଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ବୋର୍ଡ କମିଟି ବୈଠକ ଅନୁଷ୍ଟିତ ହୋଇ ଯାଇଛି । ଏହି ବୈଠକରେ ୨୦୧୮-୧୯ର ବିଭିନ୍ନ ଯୋଜନା ଓ ଜିଲ୍ଲା ଯୋଜନାର ବିବରଣି ଓ ୨୦୧୯-୨୦ ମସିହାର ଯୋଜନା ବ୍ୟୟଅଟକଳ ବିବରଣି ଜିଲ୍ଲା ଯୋଜନା ଅଧିକାରୀ ପାଠକରିଥିଲେ । ବିଶେଷ କରି ଜିଲ୍ଲାର ସ୍ୱାଭିମାନ ଅଚଂଳରେ ଗମନାଗମନ,ବିଦ୍ୟାଳୟ ଗୃହ,ଶିକ୍ଷକ ଆବାଶିକ ଭବନ ଆଦି ଉନ୍ନୟନ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦିଆ ଯାଇଥିଲା ।୨୦୧୯-୨୦ ଆର୍ଥିକ ବର୍ଷରେ ବିଜୁକେବିକେ ଯୋଜନାରେ ଜିଲ୍ଲାସ୍ୱାସ୍ଥ୍ୟବିଭାଗ ପାଇଁ ପ୍ରକଳ୍ପ,ମାଲକାନଗିରି,ପଡିଆ, କାଲିମେଳା,କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ,ମାଥିଲି,ସାତଟି ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ପ୍ରକଳ୍ପ କରାଯିବାସହିତ ଜିଜିଓ୍ୟାଇ ଯୋଜନାର ପ୍ରକଳ୍ପ ରଖାଯାଇଛି । ଏହା ବ୍ୟତିତ ଏମଜିଏନଆରଇଏସ,ଏନଆରଏଲଏମ, ଡିଡିୟୁଜିକେଓ୍ୟାଇ, ପିଏମଜିଏସଓ୍ୟାଇ,ଆଇସିଡିଏସ,ଏ ନଏସଏପି,ପିଏମଏଓ୍ୟାଇ, ସ୍ୱଛଭାରତମିଶନ, ବିଆରଜିଏଫ, ଗ୍ରାମ୍ୟଜ୍ୟୋତି ଯୋଜନା,ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା,ଗ୍ରାମ୍ୟ ଉନ୍ନୟନ ଯୋଜନା, କୃଷିଉନ୍ନୟନ, ଜଳସେଚନ, ଗ୍ରାମ୍ୟଚଂଳ ରୋଜଗାର ଯୋଜନା,ଗ୍ରାମାଚଂଳ ପାନୀୟଜଳ,ବିଦ୍ୟୁତ ଯୋଜନା, ପରିବେଶ, ବିଜ୍ଞାନ ଓ ବୈଷୟିକ ଯୋଜନା,ଶିକ୍ଷା, ସ୍ୱସ୍ଥ୍ୟ, ଗମନାଗମନ ବ୍ୟବସ୍ଥା ସହିତ  ଅନ୍ୟାନ ଉନ୍ନୟନ ଯୋଜନା ସଂପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ଙ୍କ ସହିତ ମାଲକାନଗିରି ବିଧାୟକ ଆଦିତ୍ୟମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ରବାକା,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ଯୋଗଦେଇ ଯୋଜନାଗୁଡିକର ସମିକ୍ଷା କରିଥିଲେ । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ସଭ୍ୟ,ସଭ୍ୟା ମାନଙ୍କ ସହିତ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ,ବିଡିଓ,ସଡିପିଓ ମାନେ ଯୋଗଦେଇ ଆଲୋଚନା ରେ ଭାଗନେଇଥିଲେ ।