Odiapua.com

କ୍ରୀଡାବିତ୍ ରବିନାରାୟଣ ପୁହାଣଙ୍କୁ ଉତ୍କର୍ଷ ସମ୍ମାନ

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡା ପୁରୁଷଣ୍ଢ ଗ୍ରାମର ବିଶିଷ୍ଟ କ୍ରୀଡାବିତ୍ ରବିନାରାୟଣ ପୁହାଣଙ୍କୁ କ୍ରୀଡା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବାରୁ ତାଙ୍କୁ ପ୍ରମେୟ ନ୍ୟୁଜ୍‌-୭ ଉତ୍କର୍ଷ-୨୦୨୬ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରମେୟର ଉତର ଓଡିଶା ସଂସ୍କରଣ ପକ୍ଷରୁ ବାଲେଶ୍ୱର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ ଏହି ଉତ୍ସବରେ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବସ୍ତା ବିଧାୟିକା ସୁବାସିନୀ ଜେନା, ନିଳିଗିରି ବିଧାୟକ ସନ୍ତୋଷ ଖଟୁଆ, ପ୍ରମେୟ ନ୍ୟୁଜ୍ ୭ ଗୃପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଡାଇରେକ୍ଟର ହିମାଂଶୁ ହୋତା, ସିଇଓ ସୁନିଲ୍ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ପୁହାଣଙ୍କୁ ମାନପତ୍ର, ଟ୍ରଫି ଓ ଉତରୀୟ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତରୋତର ଉନ୍ନତି କାମନା କରିଥିଲେ । ଶ୍ରୀ ପୁହାଣ ପିଲାଟି ଦିନରୁ ଖେଳ ପ୍ରତି ଆକୃଷ୍ଠ ହୋଇ ଫୁଟବଲ୍‌, ଭଲିବଲ୍ ଓ ହକି ଭଳି ଖେଳରେ ନିଜକୁ ସାମିଲ୍ କରି ପ୍ରଶଂସିତ ହୋଇଛନ୍ତି । ସ୍ଥାନୀୟ ରାଜୟୁଥ୍ କ୍ଲବ ପକ୍ଷରୁ ରାଜ୍ୟରେ ବିଭିନ୍ନ ଅଚଂଳରେ ନିଜର ଖେଳ ପ୍ରଦର୍ଶନ କରି ନିଜ ଟିମ୍‌କୁ ବିଜୟୀ କରି ଆଗରପଡାକୁ ଗୌରବାନ୍ୱିତ କରି ପାରିଛନ୍ତି । ବିଶେଷ କରି ରାଜ ୟୁଥ୍ କ୍ଲବ ପକ୍ଷରୁ ଭଲି ଟୁର୍ଣ୍ଣାମେଂଟରେ ଜଣେ ସ୍ମାସର ଭାବେ ନିଜକୁ ସାମିଲ୍ କରି ଉକ୍ତ ଟିମକୁ ବିଜୟୀ କରିବା ସହ ଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ ହୋଇ କୃତିତ୍ୱ ଅର୍ଜନ କରି ପାରିଛନ୍ତି । ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର । ଆଜି ନିଜର ବୟସ ଅତିକ୍ରାନ୍ତ ଓ ନିଜର ବ୍ୟବସାୟ ପ୍ରତି ନଜର ରଖୁ ଥିବାରୁ ଖେଳପ୍ରତି ଦୂରେଇ ଯାଇଥିଲେ ମଧ୍ୟ ଯୁବ ଗୋଷ୍ଠୀଙ୍କୁ ଖେଳିବା ପାଇଁ ପ୍ରେରଣା ଯୋଗାଇ ଚାଲିଛନ୍ତି । ଶ୍ରୀ ପୁହାଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିବାରୁ ତାଙ୍କୁ ରାଜ ୟୁଥ୍ କ୍ଲବ ପକ୍ଷରୁ କ୍ରୀଡାବିତ୍ ରଣେନ୍ଦ୍ର ମହାନ୍ତି, ବିଜୟ ନାୟକ, ନୃସିଂହ ସିଂହ, ସେକ୍ ଶେର ଅଲ୍ଲୀ, ବିମ୍ବାଧର ପ୍ରଧାନ, ବାଇଧର ସିଂହ, ଭଗବାନ ସାହୁଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇଛନ୍ତି ।