Odiapua.com

କ୍ରୀଡାବିତ୍ ନୁର ମହମ୍ମଦ ଖାନ୍‌ଙ୍କ ବିୟୋଗ

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ ୫ନଂ ୱାର୍ଡର ବିଶିଷ୍ଟ କ୍ରୀଡାବିତ୍ ନୁର ମହମ୍ମଦ ଖାନ୍ (କାଳିଆ) ଙ୍କର ୫୨ ବର୍ଷ ବୟସରେ ପରଲୋକ ଘଟିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଶ୍ରୀ ଖାନ୍‌ଙ୍କର ହୃଦଘାତ ହୋଇଥିବାବେଳେ ଘରଲୋକ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଜଣେ କ୍ରିକେଟ୍ ଖେଳାଳି ତଥା ସଂଗଠକ ଭାବେ ଏ ଅଂଚଳରେ ଜଣାଶୁଣା । ସେ ଚରମ୍ପା ୟୁନାଇଟେଡ୍ କ୍ଲବ୍‌ର ସାଧାରଣ ସଂପାଦକ ଓ ସ୍କୁଲ ରୋଡ୍ ପୂଜା କମିଟିର ଯୁଗ୍ମ ସଂପାଦକ ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ନରେନ ପଲେଇ, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ପୂର୍ବତନ ସଭାପତି ଧୀରେନ ପଲେଇ, ଭଦ୍ରକ କ୍ରିକେଟ୍ ଆସୋସିଏସନ୍‌ର ସଂପାଦକ ଉପେନ୍ଦ୍ର ବାରିକ, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, ଶିକ୍ଷାବିତ୍ ବିଜୟ କୁମାର ଜେନା, କାଉନ୍‌ସିଲର ଦିଲ୍ଲୀପ ନାୟକ, ୟୁନାଇଟେଡ୍ କ୍ଲବ୍‌ର ସଭାପତି ବିଶାଲ ଲଖାନୀ, ପୂଜା କମିଟିର ସଭାପତି କଲ୍ଲୋଲ ଲେଙ୍କା, ସଂପାଦକ ମଦନ ମୋହନ ମହାନ୍ତି ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ଚରମ୍ପା ଘରେ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମର ଶରୀରକୁ ଚରମ୍ପା ବଜାର ବୁଲାଯାଇ ଶେଷକୃତ୍ୟ କରାଯାଇଥିଲା ।