Odiapua.com

କ୍ରିକେଟ ଖେଳାଳି ଇରଫାନ ପଠାନଙ୍କୁ ତୁରନ୍ତ କାଶ୍ମୀର ଛାଡ଼ିବାକୁ ଫରମାନ

ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) କ୍ରିକେଟ ଖେଳାଳି ଇରଫାନ ପଠାନଙ୍କୁ ତୁରନ୍ତ କାଶ୍ମୀର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇରଫାନ ପଠାନଙ୍କ ସହିତ ଜାମ୍ମୁ କ୍ରିକେଟ ବୋର୍ଡର ସପୋର୍ଟ ଷ୍ଟାଫଙ୍କୁ ତୁରନ୍ତ ଘାଟୀ ଛାଡ଼ିବାପାଇଁ କୁହାଯାଇଛି। ଏହି ସହିତ ପ୍ରାୟତଃ ୧୦୦ ଖେଳାଳିମାନଙ୍କୁ ଘରକୁ ପଠାଇ ଦିଆଯାଇଛି।

ଜାମ୍ମୁ ଆଣ୍ଡ କାଶ୍ମୀରରେ ଆଡଭାଇଜରୀ ଜାରୀ ହେବା ପରେ ନାଁ କେବଳ ଟୁରିଷ୍ଟ ଏବଂ ତୀର୍ଥ ଯାତ୍ରିମାନଙ୍କୁ ଘରକୁ ଫେରିବାକୁ କୁହାଯାଇଛି, ଏପରିକି ବାହର ଖେଳାଳିମାନଙ୍କୁ ମଧ୍ୟ ଘାଟୀ ଛାଡ଼ିବା ପାଇଁ କୁହାଯାଇଛି।

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନଙ୍କ ସହିତ ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ) ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ଶିଘ୍ର ରୁ ଶିଘ୍ର ଘାଟି ଛାଡ଼ିବା ପାଇଁ କୁହାଯାଇଛି। ଜାମ୍ମୁ କାଶ୍ମୀର ଟିମର ମେଣ୍ଟର ପଠାନ, କୋଚ ମିଳିଲାପ ମେବଡ଼ା ଏବଂ ଟ୍ରେନର ସୁଦର୍ଶନ ବିପିଙ୍କ ସହିତ ସମସ୍ତ ଚୟନକର୍ତା ଯେଉଁମାନେ ଘାଟୀର ନୁହେଁ ତାଙ୍କୁ ରବିବାରଦିନ ସହରରୁ ଚାଲିଯିବାକୁ କୁହାଯାଇଛି।