Odiapua.com

କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ

ବାଲିଗୁଡ଼ା, ୧୭/୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ମିନି ଷ୍ଟାଡିୟମ୍ ପରିସର ମଧ୍ୟରେ ଦୀର୍ଘ ୧୬ ଦିନ ଧରି ଏକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ପରେ ଉଦ୍ ଯାପିତ ହୋଇ ଯାଇଛି। ଏଥିରେ ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରୁ ୧୬ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଶେଷ ତଥା ଫାଇନାଲ୍ ମ୍ୟାଚ ରୂପକ ଓ ମାହି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ରୂପକ ଦଳ ବିଜୟ ଲାଭ କରି ଟ୍ରଫି ହାସଲ କରିଥିଲା। ଏହି ମ୍ୟାଚରେ ମ୍ୟାନ୍ ଅଫ ଦି ସିରିଜ୍ ଗଣେଶକୁ ମିଳିଥିବା ବେଳେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ନିମନ୍ତେ କାର୍ତ୍ତିକକୁ ପୁରସ୍କୃତ କରାଯାଇଥିଲା। ଉଦ୍ ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନ୍ ଜୀବି ସେଖ୍ ସାଦିକ୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ କ୍ରୀଡ଼ା ସଂଘର ସମ୍ପାଦକ ସୁଶାନ୍ତ କୁମାର ଦାସ, ଦିଲିପ୍ କୁମାର ପାତ୍ର, ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ।